ସ୍ବର୍ଗତ ସ୍ୱାମୀଙ୍କ ସ୍ମୃତିରେ ଦହିପଣା ବଣ୍ଟନ

ଭୁବନେଶ୍ୱର : ପ୍ରଚଣ୍ଡ ଖରାରେ ରାଜଧାନୀ ଜଳୁଥିବା ବେଳେ କିଛି ସାମାଜିକ ଅନୁଷ୍ଠାନ ବିଭିନ୍ନ ସ୍ଥାନରେ ଥଣ୍ଡାପାଣି ଏବଂ ଦହିପଣା ଇତ୍ୟାଦି ଲୋକମାନଙ୍କୁ ବଣ୍ଟନ କରୁଛନ୍ତି | ଆଜି ସ୍ଥାନୀୟ ଆଇ ଆର ସି ଭିଲେଜ ଠାରେ ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟ (PECT), ରୋଟାରୀ କ୍ଲବ ଏକାମ୍ର କ୍ଷେତ୍ର ଏବଂ ଅସ୍ତିତ୍ଵ ପକ୍ଷରୁ ଦହିପଣା ବଣ୍ଟନ ଆୟୋଜନ କରାଯାଇଥିଲା | ସ୍ଥାନୀୟ ଧର୍ମପରାୟଣ ମହିଳା ରାମାଲକ୍ଷ୍ମୀ ରାଓ ତାଙ୍କର ସ୍ବର୍ଗତଃ ସ୍ୱାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦହିପଣା ପ୍ରଦାନ କରିଥିଲେ | ପ୍ରଶାନ୍ତି ଏଜୁକେସନ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ତଥା ଜଣାଶୁଣା ସମାଜସେବୀ ତପସ୍ବିନୀ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାନନବାଳା ପଟ୍ଟନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ | ଦହି, ପୋଦିନା ପତ୍ର ଇତ୍ୟାଦିରେ ପ୍ରସ୍ତୁତ ସୁସ୍ୱାଦୁ ପଣା ପ୍ରାୟ 4 ଶହରୁ ଉର୍ଦ୍ଧ ଲୋକମାନଙ୍କୁ ପ୍ରଦାନ କରାଯାଇଥିଲା |

Leave a Reply

Your email address will not be published. Required fields are marked *