ରୁକୁଣା ରଥ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ପ୍ରସ୍ତୁତି ବୈଠକ ; ୩ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୮ ଆମ୍ବୁଲାନ୍ସ ହେବ ନିୟୋଜିତ

ଭୁବନେଶ୍ବର : ରୁକୁଣା ରଥରେ ବସି ରାମେଶ୍ୱର ମନ୍ଦିର ଯିବେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ। ଅଉ ଏଥି ପାଇଁ ଚାଳ ଚଞ୍ଚଳ ହେଲାଣି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଏକମ୍ର କ୍ଷେତ୍ର। ଚଳିତ ବର୍ଷ ରୁକୁଣା ରଥ ପରିଚାଲନ ନେଇନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚ ସ୍ତରିୟ ବୈଠକ।

ରୁକୁଣା ରଥ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ପ୍ରସ୍ତୁତି ବୈଠକ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ କେଦାର ଗୌରୀ କଲ୍ୟାଣ ମଣ୍ଡପରେ ବସିଥିଲା ବୈଠକ। ଏହି ବୈଠକରେ ବିଭିନ୍ନ ନିଯୋଗର ସେବାୟତଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତ ରାୟ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ, ଟ୍ରାଫିକ ଡିସିପି ଏସ. ସୁଶ୍ରୀଙ୍କ ସହିତ ଭୁବନେଶ୍ବରର ବିଭିନ୍ନ ଥାନାର ଆଇ.ଆଇ.ସି. ଉପସ୍ଥିତ ଥିଲେ। ଏହା ସହିତ ବିଭିନ୍ନ ୱାର୍ଡର କର୍ପୋରେଟର, ବିଦ୍ୟୁତ୍ ବିଭାଗର ଅଧିକାରୀ, ବି.ଏମ.ସି. ଅଧିକାରୀଙ୍କ ଉପସ୍ଥିତିରେ ବସିଥିଲା ବୈଠକ।

କେମିତି ନୀତି କାନ୍ତି ଠାରୁ ଆରମ୍ଭ କରି ରଥ ଟଣା ପର୍ଯ୍ୟନ୍ତ କେମିତି ସୁରୁଖୁରୁରେ ହେବ ସେ ନେଇ ଆଲୋଚନା କରାଯାଇଥିଲା ଓ ବିଗତ ବର୍ଷ ଯେଉଁ ସବୁ ବ୍ୟତିକ୍ରମ ଦେଖାଯାଇଥିଲା ତାହା କେମିତି ପୁନରାବୃତ୍ତି ନହେବ ତାକୁ ପ୍ରମୁଖ ଭାବରେ ଧ୍ୟାନ ଦିଆଯାଇଛି। ଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ ମ୍ୟାନେଜମେଣ୍ଟ ପର୍ଯ୍ୟନ୍ତ କେମିତି ପୋଲିସ ନିୟୋଜିତ ହେବେ ତାକୁ କମିଶନରେଟ ପୋଲିସ ତରଫରୁ ପ୍ରମୁଖ ଦୃଷ୍ଟି ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି।

ଆସୁଛି ରୁକୁଣା ରଥ ଯାତ୍ରା। ଆସନ୍ତା ୯ ତାରିଖରେ ଅନୁସ୍ଥିତ ହେବାକୁ ଯୋଉଛି ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ଅପରାହ୍ନ ୩.୩୦ରେ ଗଡିବ ମହପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣାରଥ। ପାଞ୍ଚ ଦିନର ଏହି ଯାତ୍ରା ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି। ସମସ୍ତ ବିଭାଗ ମାନଙ୍କର ଯାହା ଦାୟିତ୍ୱ ତାକୁ ଦାୟିତ୍ୱର ସହ ପାଳନ ପାଇଁ ଆଲୋଚନା ହୋଇଛି। ଟ୍ରାଫିକ, ପାନୀୟ ଜଳ, ପୋଲିସ, ରାସ୍ତା ମରାମତି, ପାର୍କିଂ ଆଦି ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଛି। ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ପୋଲିସ ମୁତୟନ ରହିବେ। ଆପତକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ୮ଟି ଆମ୍ବୁଲାନ୍ସ ରହିବ। ତେବେ ସମର୍ଥ, ପୂଜାପଣ୍ଡା, ବ୍ରାହ୍ମଣ ଆଦି ନିଯୋଗ ବୈଠକରେ ଯୋଗ ଦେଇନାହାଁନ୍ତି।

ଲିଙ୍ଗରାଜଙ୍କ ସେବାପୂଜା କରିବା ପାଇଁ ଯେଉଁ ବନ୍ଦୋବସ୍ତ ଜମି ମିଳିଥିଲା,ପରେ ଏହାକୁ ଲିଙ୍ଗରାଜଙ୍କ ଟ୍ରଷ୍ଟ ବୋର୍ଡ ନାଁକୁ ଚାଲିଯାଇଛି। ସେହିପରି ଗର୍ଭ ଗୃହକୁ ପ୍ରବେଶ ପ୍ରସଙ୍ଗରେ ସେବାୟତଙ୍କ ମଧ୍ୟରେ କିଛି ମାନ ଅଭିମାନ ରହିଥିଲେ ସୁଧା ରଥ ଯାତ୍ରାରେ ସେମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କୁହାଯାଇଛି। ସେମାନଙ୍କ ସହ ପୃଥକ ଆଲୋଚନା କରିବ ମନ୍ଦିର ପ୍ରଶାସନ। ବୈଠକରେ ଉପଜିଲ୍ଲାପାଳ, ବି.ଏମ.ସି. ଅତିରିକ୍ତ କମିଶନର ଓ ଲିଙ୍ଗରାଜ ଥାନାଧିକାରୀ, ଟ୍ରାଫିକ କର୍ତ୍ତୃପକ୍ଷଙ୍କ ସହ PHD , PWD, Watcoର ଅଧିକାରୀ ଉପସ୍ଥିତ ରହିଥିଲେ।

୨ ବର୍ଷ ପରେ ପୁଣି ନିଲାମ ହେବ ମରିଚି କୁଣ୍ଡ ପାଣି। ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଥିବା ଏହି ବର୍ଷ କୁଣ୍ଡର ନିଲାମ ପ୍ରକ୍ରିୟା ପରିଚାଳନା କରିବ ବଡୁ ନିଯୋଗ। ଏହି ବର୍ଷ ପୁଣି ଥରେ ଏହି ପବିତ୍ର ପରମ୍ପରା ଆରମ୍ଭ ହେବ। ରଥ ଯାତ୍ରା ପୂର୍ବ ଦିନ ବା ନେତ୍ର ଉତ୍ସବ ଦିନ ଏହି ପାଣି ନିଲାମ କରାଯିବ। ବିଶ୍ୱାସ ଅଛି ସନ୍ତାନ ପ୍ରାପ୍ତି ପାଇଁ ଏହି ପାଣିରେ ଶ୍ରଦ୍ଧାଳୁ ଗାଧୋଇଲେ ସନ୍ତାନ ପ୍ରାପ୍ତି ହୁଏ। ଦୁଇ ବର୍ଷ ପୂର୍ବରୁ ଯେତବେଳେ ନିଲାମ ପ୍ରକ୍ରିୟା ହୋଇଥିଲା ସେତବେଳେ ପ୍ରଥମ ଗରା ପାଣି ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାରେ ନିଲାମ ହୋଇଥିଲା।

ରୁକୁଣା ରଥ ପାଇଁ ଚାଲ ଚଞ୍ଚଳ ହେଲେନି ଏକମ୍ର କ୍ଷେତ୍ର। କରୋନା ଯୋଗୁ ଦୁଇ ବର୍ଷ ହେଲା କଟକଣା ଭିତରେ ରୁକୁଣା ରଥ ଅନୁସ୍ଥିତ ହୋଇଥିବା ବେଳେ, ଚଲିତ ବର୍ଷ ମହାମାରୀର ପ୍ରକୋପ କମିବା ପରେ ଜାକଜମକରେରେ ଅନୁସ୍ଥିତ ହେବାକୁ ଯାଉଛ ଏହି ଉତ୍ସବ।

Leave a Reply

Your email address will not be published. Required fields are marked *