ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା; ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସ୍ଥିତି ବେହାଲ୍

ଲାହୋର : ଜଳବାୟୁ ପରିବର୍ତ୍ତନ ହେତୁ ପୂର୍ବ ଅପେକ୍ଷା ଅଧିକ ବର୍ଷା ହୋଇଛି, ଯେଉଁ କାରଣରୁ ପାକିସ୍ତାନ ବର୍ତ୍ତମାନ ମାନବିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ମାତ୍ରାଧିକ ବର୍ଷା କାରଣରୁ ଦେଶର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିପାଇଁ ଲୋକମାନେ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଉଛନ୍ତି । ଏଥି ସହିତ ସରକାର ମଧ୍ୟ ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ଅସ୍ୱାଭାବିକ ବୃଷ୍ଟିପାତ, ବାଦଲ ଫାଟିବା, ଗ୍ଲେସିୟର ଓଭରଫ୍ଲୋ ପାକିସ୍ତାନରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଛି । ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ରୁ ଅଧିକକୁ ବୃଦ୍ଧି ପାଇଛି । ଆନ୍ତଃ ସେବା ଜନସମ୍ପର୍କ ବିଭାଗ (ଆଇଏସଆରପି) ପ୍ରକାଶ କରିଛି ଯେ ଏହି ମୌସୁମୀ ବର୍ଷା କାରଣରୁ ପାକିସ୍ତାନର ଚାରିଟି ପ୍ରଦେଶ – ବାଲୁଚିସ୍ତାନ, ସିନ୍ଧ, ପଞ୍ଜାବ (ଦକ୍ଷିଣ) ଏବଂ ଖାଇବର ପାଖ୍ଟନଖୱା ବାସିନ୍ଦା ବନ୍ୟା ପରିସ୍ଥିତିକୁ ଡରି ପଳାୟନ କରୁଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ଵାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୩ ଜଣଙ୍କର ମୃତ୍ୟୁ ଘଟିଛି ।

ଏହାରି ମଧ୍ୟରେ ବନ୍ୟା ଯୋଗୁଁ ୮୨,୦୩୩ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୭୧୦ ଗୋରୁଙ୍କର ମୃତ୍ୟୁ ଘଟିଛି । ଏନଡିଏମଏ ଅନୁଯାୟୀ, ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ୧୯୧ ମହିଳାଙ୍କ ସମେତ ପ୍ରାୟ ୪୦୦ ଲୋକ ପ୍ରାଣ ହରାଇଛନ୍ତି । ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଲୋକ ବନ୍ୟା ପରିସ୍ଥିତି ଯୋଗୁଁ ଗାଁ ଛାଡି ପଳାୟନ କରୁଛନ୍ତି ।

ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ସିନେଟର ଶେରି ରେହମାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀ ବିଦେଶ ଗସ୍ତରେ ଥିବାରୁ ଦେଶରେଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଶାହାବାଜ ସରିଫଙ୍କ ଆବେଦନ ଉପରେ ଅନ୍ତର୍ଜାତୀୟ ସଂଗଠନ ଗୁରୁବାର ଦିନ ପାକିସ୍ତାନକୁ ରିଲିଫ ପାଇଁ ୫୦୦ ମିଲିୟନ ଡଲାର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଦକ୍ଷିଣ ପାକିସ୍ତାନରେ ପ୍ରବଳ ବର୍ଷା ହେଉଛି ଯେଉଁଥିରେ ସିନ୍ଧର ୨୩ ଟି ଜିଲ୍ଲା ବିପର୍ଯ୍ୟୟ ପ୍ରଭାବିତ ବୋଲି ଘୋଷଣା କରାଯାଇଛି । ଦକ୍ଷିଣ ଭାଗରେ ବିଶେଷ କରି ସିନ୍ଧରେ ୭୮୪% ଅଧିକ ବର୍ଷା ହୋଇଛି । ଏହି ଆକଳନ ଗୁଡିକ ଋତୁର ସାଧାରଣ ହାରାହାରି ବୃଷ୍ଟିପାତ ତୁଳନାରେ ଉଦ୍ବେଗଜନକ ଅଟେ ।

Leave a Reply

Your email address will not be published.