ବେଗୁନିଆ ବ୍ଲକର ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ

ବେଗୁନିଆ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଥିଲା ପ୍ରଥମ ଦିନ ।ବେଗୁନିଆ ବ୍ଲକର ୨୧ ଟି ପଞ୍ଚାୟତରେ ସରପଞ୍ଚ ,ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ପାଇଁ ୫୦ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି ।ସରପଞ୍ଚ ପାଇଁ ଦେଉଳି ଏବଂ ଦୁର୍ଗାପୁରରେ ୪ ଜଣ ଲେଖାଏଁ ବଡବେରଣା ,ବାଘମାରୀ ଏବଂ କୁଞ୍ଜୁରୀ ରେ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସମିତି ସଭ୍ୟ ପାଇଁ ହୀରାପୁର ଏବଂ କୁଂଜୁରୀରେ ଜଣେ ଲେଖାଏଁ ଏବଂ ୱାର୍ଡ ସଭ୍ୟ ପାଇଁ ,ରାଉତପଡ଼ା ,ବାଘମାରୀ ଏବଂ ଦେଉଳିରେ ୫ ଜଣ ଲେଖାଏଁ, ଦୁର୍ଗାପୁର ରେ ୬ ଜଣ ,ହଜରେ ୪ ଜଣ ,ଗୋବିନ୍ଦପୁର ରେ ଏବଂ କୁଂଜୁରୀରେ ୩ ଜଣ ଲେଖାଏଁ,ଗଡ଼ମାଣତୀର, ହୀରାପୁର ,ପୋଡାଡିହ ,ରାଧାକାନ୍ତପୁର ,ଶଗଡ଼ଭଙ୍ଗା ଏବଂ ସାରୁଅରେ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *