ନିରଂଜନ ପରିଡ଼ା ହତ୍ୟାକାଣ୍ଡ ଘଟଣାରେ ଦୁଇଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ ; ମୁଖ୍ୟ ଅଭିଯୁକ୍ତ ଫେରାର

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଥାନା ପ୍ରେସଛକ ନିକଟରେ ଘଟିଥିବା ନିରଂଜନ ପରିଡ଼ା ହତ୍ୟାକାଣ୍ଡ ଘଟଣାରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ସତ୍ୟରଞ୍ଜନ ପାଣ୍ଡଵ (୨୮) ଓ ସତ୍ୟରଞ୍ଜନ ସିଂ(୨୭) । ଘଟଣା ପରେ ଉଭୟ ଫେରାର ଥିଲେ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୋମ୍ୟ ରଞ୍ଜନ ବେହେରା ଓରଫ ମିଲୁ ଏବେବି ଫେରାର ଅଛି।

ପ୍ରାଥମିକ ତଦନ୍ତରୁ ସହିଦନଗର ଥାନା ପୋଲିସ ଜାଣିବାକୁ ପାଇଛି ମମୋ ଖାଇବାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀର କିଛି ପିଲାଙ୍କ ମଧ୍ୟରେ କମେଣ୍ଟ ମରା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଭୟନକ ହତ୍ୟାର ରୂପ ନେଇଥିଲା। ଗିରଫ ଦୁଇ ଅଭିଯୁକ୍ତ ଗଜପତି ନଗର ଅଞ୍ଚଳରେ ଥିବା ଏକ ଗାଡ଼ି ସୋରୁମରେ କାମ କରନ୍ତି । ଫେରାର ଥିବା ଅଭିଯୁକ୍ତ ମିଲୁ ଏକ ଫାଇନାନ୍ସ କମ୍ପାନୀରେ କାମ କରେ ବୋଲି ପୋଲିସ ଜାଣିବାକୁ ପାଇଛି ।

Leave a Reply

Your email address will not be published. Required fields are marked *