ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ଓଡ଼ିଶାର ଅର୍ଥନୈତିକ ବିକାଶ, ଅଭିବୃଦ୍ଧି ଓ ଭବିଷ୍ୟତ ସମ୍ଭାବନା ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଚଳିତ ମାସ ୨୧ରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ଲୋବାଲ୍ ଚେଞ୍ଜେସ୍‌ (ଟିବିଆଇ) ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରାଯାଇଥିଲା। ଓଡ଼ିଶା ପାଇଁ ଏକ ବ୍ୟାପକ ଅର୍ଥନୈତିକ ରଣନୀତି ପ୍ରସ୍ତୁତ କରିବାରେ ଏହି ପ୍ରତିଷ୍ଠାନ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *