ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ହୃଦଘାତରେ ପରଲୋକ

ବରଗଡ଼ : ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ପରଲୋକ ହୋଇଛି। ୬୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସକାଳେ ରିପୁନାଥ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରିପୁନାଥଙ୍କର ହାର୍ଟଷ୍ଟ୍ରୋକ୍‌ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

୧୯୯୫-୨୦୦୦ ମସିହା ପର୍ଯ୍ୟନ୍ତ ରିପୁନାଥ କଂଗ୍ରେସ ସରକାରରେ ଗଣ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ରାଜନୈତିକ କ୍ୟାରିୟର ବରପାଲି ଏନ୍‌ଏସିରୁ ଆରମ୍ଭ କରିଥିଲେ। ସେ ରାଜୀବ ଗାନ୍ଧୀଙ୍କ ଅନୁପ୍ରାଣରେ ଅନୁମୋଦିତ ହୋଇ ସେ ଯୁବ କଂଗ୍ରେସରେ ଯୋଗ ଦେଇଥିଲେ। ସେ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ସେ ଛାତ୍ର ଓ ଯୁବନେତାଙ୍କ ପାଇଁ ପ୍ରେରଣା ଥିଲେ।

Leave a Reply

Your email address will not be published. Required fields are marked *