ଆସନ୍ତା କାଲିଠୁ ୨ ଦିନ ପାଇଁ ଭାରତ ବନ୍ଦ ; ଜାଣନ୍ତୁ କଣ ହେବ ପ୍ରଭାବିତ

ଭୂବନେଶ୍ୱର: ଆସନ୍ତାକାଲି ଓ ମାର୍ଚ୍ଚ ୨୯, ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦେଇଛି।

ଏହି ଆନ୍ଦୋଳନରେ ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ ହେବା ପାଇଁ ନିଷ୍ପତ୍ତ ନେଇଛି। ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ଗୁଡ଼ିକୁ ଘରୋଇକରଣ ଓ Banking Laws Amendment Bill 2021କୁ ବିରୋଧ କରି ବ୍ୟାଙ୍କ ସଂଘ ଗୁଡ଼ିକ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବ୍ୟାଙ୍କ ୟୁନିୟନ, ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଏହାସହ କୋଇଲା, ଷ୍ଟିଲ୍‌, ତୈଳ, ଡାକ, ଦୂରସଂଚାର, ଆୟକର ବିଭାଗ ଇତ୍ୟାଦି ସେକ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ୨ ଦିନିଆ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦକୁ ନେଇ ବ୍ୟାଙ୍କ ସେବା ପ୍ରଭାବିତ ରହିବ ବୋଲି SBI ନିଜ ଗ୍ରାହକଙ୍କୁ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *