ଗ୍ରାମୀଣ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବାରେ ଗୋଟେ ପାଦ ଆଗକୁ ବଢ଼ାଇଛି -ହାପିନେସ୍ ଅଣ୍ଡର୍ ବଜେଟ ରିଟେଲ୍ ପ୍ରାଇଭେଟ ଲିମିଟେଡ କମ୍ପାନୀ

ଶିକ୍ଷକଙ୍କ ପ୍ରେରଣା ଏବ ପ୍ରଖ୍ୟାତ ବ୍ୟବସାୟୀ ସୁବ୍ରତ ବାଗଚୀଙ୍କ ପୁସ୍ତକରୁ ସେ ଯେଉଁ ଜ୍ଞାନ ଆହରଣ କରିଥିଲେ ପରବର୍ତ୍ତୀ ସମୟରେ ତାଙ୍କୁ ସାହାଯ୍ୟ କରିଥିଲା ନିଜର ଏକ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ। ଯାହା ହେଉଛି “ହାପିନେସ୍ ଅଣ୍ଡର୍ ବଜେଟ ରିଟେଲ୍ ପ୍ରାଇଭେଟ ଲିମିଟେଡ କମ୍ପାନୀ “ନାମରେ। ତେବେ ସେହି ଯୁବ ଉଦ୍ୟୋଗୀ ଜଣଙ୍କ ହେଉଛନ୍ତି କଟକ ଜିଲ୍ଲାରେ ଜନ୍ମିତ ଅଭିଜ୍ଞାନ ଚୌଧୁରୀ। ଗ୍ରାମୀଣ ବିକାଶରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଅଭିଜ୍ଞାନ ବର୍ତ୍ତମାନ ଗ୍ରାମାଞ୍ଚଳରେ ବାସ କରୁଥିବା କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କୁ ନିଜର କମ୍ପାନୀ ଜରିଆରେ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛନ୍ତି।

ହାପିନେସ୍ ଅଣ୍ଡର ବଜେଟ ରିଟେଲ କମ୍ପାନୀ ବିଷୟରେ କିଛି-

ହାପିନେସ୍ ଅଣ୍ଡର ବଜେଟ ରିଟେଲ କମ୍ପାନୀ ଆରମ୍ଭ କରିବା ପୂର୍ବରୁ କୁମାର ଅଭିଜ୍ଞାନ ଗ୍ରାମୀଣ କୃଷକ ଏବଂ ଦୋକାନୀଙ୍କୁ ନେଇ କିଛି ଗବେଷଣା କରିଥିଲେ। ସେମାନଙ୍କ ମୂଖ୍ୟ ସମସ୍ୟା ଥିଲା ଯୋଗାଯୋଗ। ଯେମିତିକି ଦୋକାନ ଜିନିଷ ଆଣିବା ପାଇଁ ମୁଖ୍ୟ ସହର ଏବଂ ଡିଲର ଉପରେ ନିର୍ଭର କରିବାକୁ ପଡୁଥିଲା। ଯଦ୍ୱାରା ଦୋକାନୀ ନିଜର ଲାଭ ମଧ୍ୟ ପାଇପାରୁନଥିଲା। ଏହି ଭଳି ଅନେକ ସମସ୍ୟା ଉପରେ ଧ୍ୟାନ ଦେଇ ୫୦୦୦ରୁ କମ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ୨୦୨୨ରୁ କେନ୍ଦ୍ରାପଡା,ପୁରୀ,ଖୋର୍ଦ୍ଧା ଏବଂ ଜଗତସିଂହପୁର ଭଳି କିଛି ବଛାବଛା ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ୧୨ ଗୋଟି ଅନୁଷ୍ଠାନର ସହଭାଗିତାରେ ଆନୁଷ୍ଠାନିକ ଭାବେ ନିଜର କାମ ଆରମ୍ଭ କରିଲେ ଏହି ଯୁବ ଉଦ୍ୟୋଗୀ ଜଣଙ୍କ। ମୁଖ୍ୟତଃ ଗାଆଁରେ ମିଳୁଥିବା ନକଲି ଖାଦ୍ୟର ଦୂରୀକରଣ,ବିଭିନ୍ନ ନାମୀ ବ୍ରାଣ୍ଡ କମ୍ପାନୀର ଦ୍ରବ୍ୟକୁ (କୋକାକୋଲା,ଡାବର୍,ଟ୍ରୋପିକାନା,ଏଭରେଷ୍ଟ) ଭଳି ଗୁଣବତ୍ତା ସାମଗ୍ରୀକୁ ଲୋକଙ୍କ ପାଖରେ ପହଞ୍ଚାଉଛି ଏହି ସଂସ୍ଥା। କେବଳ ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳର ବେକାର ଯୁବବର୍ଗଙ୍କୁ କମ୍ପାନୀ ନିଜର ପ୍ରଯୁ୍କ୍ତିବିଦ୍ୟାକୁ ପ୍ରୟୋଗ କରି କମ୍ୟୁନିଟି ପାର୍ଟନର ମାଧ୍ୟମରେ ନିଯୁକ୍ତି ମଧ୍ୟ ପ୍ରଦାନ କରୁଛି। ନିଜର ଏପରି ବଳିଷ୍ଠ ଉଦ୍ୟମ ଯୋଗୁଁ ଗ୍ରାମୀଣ ଲୋକଙ୍କ ସହଯୋଗ ପାଉଥିବା ଏହି କମ୍ପାନୀ ଆଗାମୀ ଦିନରେ କୃଷକ ପିଲାମାନଙ୍କର ଶିକ୍ଷା ତଥା ମହିଳା ମାନଙ୍କ ଦକ୍ଷତା ବିକାଶ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କ ସୁବିଧା ପାଇଁ ସେମାନେ ବ୍ୟବହାର କରୁଥିବା ଆପ୍ଲିକସନକୁ ଓଡ଼ିଆରେ ଜାଣିବା ପାଇଁ ବ୍ୟବସ୍ଥା କରିବାର ଲକ୍ଷ୍ୟ ରଖିଛନ୍ତି ପ୍ରତିଷ୍ଠାତା ତଥା ଉଦ୍ୟୋଗୀ ଅଭିଜ୍ଞାନ ଚୌଧୁରୀ।

Leave a Reply

Your email address will not be published. Required fields are marked *