ଜୁନ୍‌ ୧୭ ତାରିଖରେ ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହା ; ୨୨ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା

ଜୁନ ୬ରୁ ଆରମ୍ଭ ହେବ କେନ୍ଦ୍ରମନ୍ତ୍ରୀଙ୍କ ଓଡି଼ଶା ଗସ୍ତ କାର୍ଯ୍ୟକ୍ରମ। ପର୍ଯ୍ୟାୟକ୍ରମେ ଜଣେ ଜଣେ କେନ୍ଦ୍ରମନ୍ତ୍ରୀ ଆସିବେ ଓଡି଼ଶା । ଜୁନ୍ ୧୭ରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେହିପରି ଜୁନ୍ ୨୨ରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେପଟେ ଖୁବଶୀଘ୍ର ସ୍ଥିର ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ । କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ, ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସିବେ । ଓଡ଼ିଶା ଆସିବେ ଗିରିରାଜ ସିଂହ, ଅର୍ଜୁନ ମୁଣ୍ଡା ବି ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେପିର ମହାଜନସଂପର୍କ ସମାବେଶରେ ସାମିଲ ହେବେ ବୋଲି ଜଣାପଡ଼ିଛି ।

ନରେନ୍ଦ୍ର ମୋଦିଙ୍କ ସରକାର ଗଠନର ୯ ବର୍ଷ ପୂର୍ତ୍ତି ଅବସରରରେ ବିଜେପି ମାସେ ବ୍ୟାପୀ ମହା ଜନ ସମ୍ପର୍କ ଅଭିଯାନ ଆରମ୍ଭ କରିଛି । ୩୦ ଜୁନ ପର୍ଯ୍ୟନ୍ତ ହେବ ମହା ଜନସମ୍ପର୍କ ଅଭିଯାନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆହ୍ବାନ କ୍ରମେ ମାସେ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହେବ । ଦେଶରେ କୋଣ ଅନୁକୋଣେ ପହଞ୍ଚିବ ଦଳ ।

Leave a Reply

Your email address will not be published. Required fields are marked *