ଭାରତରେ ଦୃଶ୍ୟ ହେବନାହିଁ ଆସନ୍ତାକାଲିର ସୂର୍ଯ୍ୟୋପରାଗ ‘ରିଙ୍ଗ୍ ଅଫ୍ ଫାୟାର’ : ହେଲେ ଜାଣନ୍ତୁ କେମିତି ଦେଖିବେ …

ଅକ୍ଟୋବର ୧୪ ବା ଆସନ୍ତାକାଲି ଲାଗିବାକୁ ଥିବା ସୂର୍ଯ୍ୟୋପରାଗ ଭାରତରେ ଦୃଶ୍ୟ ହେବନାହିଁ। ୨୦୨୩ ମସିହାରେ ସମୁଦାୟ ୨ଟି ଗ୍ରହଣ ଓ ୨ଟି ପରାଗ ରହିଛି। ୨ଟି ଗ୍ରହଣ ଓ ପରାଗ ସରି ଯାଇଥିବା ବେଳେ ବାକି ଥିବା ୨ଟି ଏହି ଆଶ୍ବିନ ମାସରେ ହିଁ ପଡ଼ିବ।

ବର୍ଷର ଏହି ସୂର୍ଯ୍ୟୋପରାଗକୁ ଇଂରାଜୀରେ ‘ରିଙ୍ଗ୍ ଅଫ୍ ଫାୟାର’ ବୋଲି କୁହାଯାଉଛି। ୨୦୧୨ ପରେ ପ୍ରଥମ ଥର ପାଇଁ ‘ରିଙ୍ଗ ଅଫ ଫାୟାର ସୂର୍ଯ୍ୟୋପରାଗ’ର ଆଂଶିକ ଦୃଶ୍ୟ ଆଗାମୀ ଶନିବାର ଆମେରିକାର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟୋପରାଗ ସନ୍ଧ୍ୟା ୦୪ଟା ୩୪ରେ ଆରମ୍ଭ ହୋଇ ରାତି ୦୨ଟା ୨୫ମିନିଟରେ ଶେଷ ହେବ। କିନ୍ତୁ ଭାରତରେ ଏହି ‘ରିଙ୍ଗ୍ ଅଫ ଫାୟାର’ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବନାହିଁ। ତେବେ ଏହି ଦୃଶ୍ୟକୁ ଭାରତ ସମେତ ଅନ୍ୟ ଦେଶର ଲୋକେ ଯଦି ଦେଖିବାକୁ ଚାହିଁବେ ସେମାନେ ନାସାର ଅଫିସିଆଲ ୟୁଟ୍ୟୁବ ଚାନେଲରେ ଦେଖି ପାରିବେ। ଏହି ଚାନେଲରେ ‘ରିଙ୍ଗ୍ ଅଫ ଫାୟାର’ ସୂର୍ଯ୍ୟୋପରାଗର ସିଧାପ୍ରସାରଣ ଅକ୍ଟୋବର ୧୪ ସନ୍ଧ୍ୟା ୪ଟା ୩୦ରେ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *