ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ଜନଜାତି ଛାତ୍ରୀନିବାସର ମହିଳା ମାଟ୍ରୋନ

ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ନାରୀ ଶିକ୍ଷା, ମହିଳା ସଶକ୍ତିକରଣ ଓ ମା’ମାନଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ଯେ ସେହି ମହିଳା କର୍ମଋରୀ ଯେଉଁମାନେ ଆଦିବାସୀ ମହିଳା ଛାତ୍ରୀବାସରେ ମାତ୍ର ୧୦ ହଜାର ଟଙ୍କା ମାସିକ ପ୍ରାପ୍ୟରେ ୨୪ ଘଣ୍ଟା କାମ କରୁଛନ୍ତି, ସେମାନଙ୍କ ସମସ୍ୟା ଓ ସମାଧାନ ପାଇଁ ପ୍ରଶାସନର ଅହେତୁକ ବିଳମ୍ବ ଓ ବିଭାଗୀୟ ଅଧିକାରୀଙ୍କ ଟାଳଟୁଳ ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ଜନଜାତି ବିଭାଗ ବିଦ୍ୟାଳୟ ସମୂହରେ ଅଧ୍ୟୟନରତ ଛାତ୍ରୀମାନଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା, ସ୍ଵାସ୍ଥ୍ୟ ବ୍ୟବସ୍ଥା, ସୁଷମ ଖାଦ୍ୟ ପରିବେଷଣ ପ୍ରଭୃତି ଯାବତୀୟ କାର୍ଯ୍ୟ କରି ଆସୁଥିଲେ ବି ସରକାରୀ କର୍ମଋରୀମାନେ ପାଉଥିବା ମୌଳିକ ସୁବିଧା ଏମାନଙ୍କୁ ଦିଆଯାଏ ନାହିଁ । ଏହି ଲେଡି ମାଟ୍ରୋନମାନେ ସରକାର ଓ ବିଭାଗ ଦ୍ବାରା ପ୍ରଣୀତ ବିଧ୍ ବ୍ୟବସ୍ଥାରେ ନିଯୁକ୍ତି ପାଇ ୨୪ ଘଣ୍ଟା ସେବା ଯୋଗାଇ ଆସୁଥିଲେ ବି ସେମାନଙ୍କୁ ସ୍ଥାୟୀ କରାଯାଉ ନାହିଁ । ରାଜ୍ୟ ସରକାର ୨୦୨୨ ମସିହା ଅକ୍ଟୋବର ୧୬ ତାରିଖରୁ ରାଜ୍ୟରୁ ଠିକା ବ୍ୟବସ୍ଥା ଉଚ୍ଛେଦ କରିସାରିଥିଲେ ମଧ୍ୟ ଜନଜାତି ଛାତ୍ରୀନିବାସର ମହିଳା ମାଟ୍ରୋନମାନଙ୍କୁ ଛଅବର୍ଷରୁ ଉର୍ଦ୍ଧ୍ବ ସମୟ କାର୍ଯ୍ୟ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ କରାଯାଇ ନାହିଁ । ଶ୍ରମ ବିଭାଗର ନିର୍ଦ୍ଦେଶ ପରେ ଇପିଏଫ୍ ଉର୍ଦ୍ଧ୍ବ ସମୟ କାର୍ଯ୍ୟ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ କରାଯାଇ ନାହିଁ । ଶ୍ରମ ବିଭାଗର ନିର୍ଦ୍ଦେଶ ପରେ ଇପିଏଫ୍ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସେହିପରି ଛାତ୍ରୀନିବାସ ମଧ୍ୟରେ କ୍ବାର୍ଟର, ମଧ୍ୟାହ୍ନ ଭୋଜନ ସୁବିଧା ପାଇଁ ଅନୁରୋଧ କରାଯାଉଥିଲେ ବି ଏପର୍ଯ୍ୟନ୍ତ ତାହା ପୂରଣ କରାଯାଇ ନାହିଁ ।

ଆଦର୍ଶ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ଅନୁଷ୍ଠାନ ମାନଙ୍କରେ ଲେଡି ମାଟ୍ରୋନ ମାନଙ୍କ ପରି ସମ୍ମାନ ପ୍ରାପ୍ୟ ପାଇଁ ବହୁ ଦାବି କରାଯାଇ ଆସୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି । ଇତିମଧ୍ୟରେ ଜାତି ଓ ଜନଜାତି ବିଭାଗର ମାନନୀୟା ସଚିବ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଅସହ୍ୟ ଆର୍ଥିକ ଓ ସାମାଜିକ ଦୂରାବସ୍ଥାରେ ଗତି କରୁଥିବା ହଜାର ହଜାର ମହିଳା ମାଟ୍ରୋନ ମାନଙ୍କ ନ୍ୟାୟସଙ୍ଗତ ଦାବି, ପ୍ରତିଶ୍ରୁତି ଅନୁଯାୟୀ ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ମହିଳା ମାଟ୍ରୋନମାନେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ରାଜ୍ୟ ସଭାପତି ସୁଜାତା ଭୂୟା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *