ଅଗଷ୍ଟ ୪ ରେ ପରଦାକୁ ଆସିବ ଜୟୀ ରାଜଗୁରୁଙ୍କ ଜୀବନୀ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ ମହର୍ଷି ‘

ଭୁବନେଶ୍ୱର : ମହାନ ବିପ୍ଳବୀ ଜୟୀ ରାଜଗୁରୁଙ୍କ ଜୀବନୀ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ ମହର୍ଷି ‘ ଆସନ୍ତା ଅଗଷ୍ଟ ୪ ତାରିଖରେ ପରଦାକୁ ଆସୁଛି । ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅଭିନେତା ଚନ୍ଦନ କର ମୁଖ୍ୟ ଚରିତ୍ର ଜୟୀ ରାଜଗୁରୁ ଭୂମିକାରେ ଅଭିନୟ କରିଛନ୍ତି ଯାହା ଅତ୍ୟନ୍ତ ଜୀବନ୍ତ ଓ ଉଚ୍ଚକୋଟୀର ହୋଇଚି । ଐତିହାସିକ ବିପ୍ଳବୀ ଜୟୀ ରାଜଗୁରୁଙ୍କ ଜୀବନୀ ସିନେମା ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଏକ ଚେଷ୍ଟା କରାଯାଇଛି ବୋଲି ପ୍ରଯୋଜକ ପ୍ରଦୀପ ସାହୁ କହିଛନ୍ତି । ଯାହା ଆଗାମୀ ଦିନରେ ବର୍ତ୍ତମାନର ଦର୍ଶକ ବେଶ୍ ପସନ୍ଦ କରିବା ନେଇ ଆଶାବାଦୀ ଅଛନ୍ତି ପ୍ରଡକ୍ସନ୍ ଟିମ୍ ।

Leave a Reply

Your email address will not be published. Required fields are marked *