ନିଜର ରକ୍ତକୁ କଲମର ସାହିରେ ପରିଣତ କରିପାରିଲେ କାଳଜୟୀ ସାହିତ୍ୟର ସୃଷ୍ଟି ହୋଇପାରିବ : ଡ଼. ପ୍ରତିଭା ଶତପଥୀ

ତାଙ୍କର ପିଲାବେଳ କଟିଥିଲା ପ୍ରକୃତିର କୋଳରେ । ପ୍ରକୃତିର ସେହି ମନୋରମ ଦୃଶ୍ୟ ଯେଉଁଠି ଝରଣାର କଳକଳ ଶବ୍ଦ ଓ ପକ୍ଷୀମାନଙ୍କ ରାଵ ତାଙ୍କୁ ପ୍ରେରଣା ଯୋଗାଇଥିଲା କିଛି ଲେଖିବା ପାଇଁ।ସେ ଦିନଠୁ ସେ ଲେଖି ଚାଲିଲେ ଆଜି ପର୍ଯ୍ୟନ୍ତ।ଦୀର୍ଘ ୪ ଦଶନ୍ଧି ଧରି ସେ କରୁଛନ୍ତି ସାହିତ୍ୟ ସାଧନା।ତେବେ ସେହି ବିଶିଷ୍ଟ ସାହିତ୍ୟ ସାଧିକା ହେଉଛନ୍ତି ଡ଼. ପ୍ରତିଭା ଶତପଥୀ। ଶ୍ରୀମତୀ ପ୍ରତିଭା କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମ ଗ୍ରହଣ କରିଥିଲେ।ମାତ୍ର ତାଙ୍କର ପିତା ଡାକ୍ତର ଚାକିରୀ କରିଥିବାରୁ ତାଙ୍କ ପିଲାବେଳ କୋରାପୁଟ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଅଞ୍ଚଳରେ କଟିଥିଲା।
ମାତ୍ର ସପ୍ତମ ଶ୍ରେଣୀରୁ ଲେଖା ଆରମ୍ଭ କରିଥିଲେ ଡ଼.ପ୍ରତିଭା ଶତପଥୀ।ସେ ସମୟରେ ନିଜର ଲେଖାକୁ କାହାକୁ ଦେଖାଇବା ବା ଶୁଣାଇବାକୁ ଖୁବ୍ ଲାଜ କରୁଥିଲେ।କିନ୍ତୁ ସେହି ଲେଖା ଯେ ଦିନେ ରେଡ଼ିଓରେ ବାଜିବ ଓ ସେ ଶବ୍ଦର ତାଳେତାଳେ କଳାକାର ନାଚିବେ ତାହା କେବେ ଭାବି ନଥିଲେ ପ୍ରତିଭା।ନିଜର କିଶୋରବସ୍ଥାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମ୍ମୁଖରେ କବିତା ପାଠ କରି ବେଶ୍ ପ୍ରଶଂସା ସାଉଁଟିଥିଲେ ଏହି ଲେଖିକା ଜଣକ।ଏହାପରେ ତାଙ୍କ ଲେଖା ସମାଜ,ପ୍ରଜାତନ୍ତ୍ରରେ ପ୍ରକାଶ ପାଇବାକୁ ଲାଗିଲା।
ତେବେ ମାଟ୍ରିକ ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ୧୯୪୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟକୁ ଆସିବା ସମୟରେ ପ୍ରତିଭା ଜଣେ କବି ହିସାବରେ ଖୁବ୍ ପରିଚିତ ହୋଇ ଯାଇଥିଲେ।ଯଦିଓ ଯୁକ୍ତ ଦୁଇ ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ କିନ୍ତୁ ସେ ଆଉ ଲେଖାକୁ ଛାଡି ପାରିଲେ ନାହିଁ।କାରଣ ସାହିତ୍ୟ ତାଙ୍କ ପାଖେ ଛାଇପରି ରହି ଯାଉଥିଲା। ପ୍ରତିଭା ପ୍ରଥମେ ନିଜ ଜୀବନର ଅକୁହା କଥା ଓ ଦୁଃଖକୁ କବିତା ମାଧ୍ୟମରେ ପ୍ରକାଶ  କରୁଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ନିଜକୁ ପରଖିଲେ ଏବଂ ନିଜ ଭିତରର ଖୁସିକୁ କବିତା ମାଧ୍ୟମରେ ମଧ୍ୟ ପ୍ରକାଶ କରିବାକୁ ଲାଗିଲେ।ବିବାହ ପରେ ଲେଖିବା ପାଇଁ ଉଭୟ ସ୍ୱାମୀ ଓ ପିଲାଙ୍କ ସହଯୋଗ ପ୍ରତିଭାଙ୍କୁ ମିଳିଥିଲା।ଏମିତିକି ମା’ ଲେଖୁଥିବା ସମୟରେ ପିଲାଟି ସେହି କୋଠରୀକୁ ଯାଇ ମା’ଙ୍କୁ କୌଣସି ବାଧା ମଧ୍ୟ ଦେଉନଥିଲା।ଅନୁବାଦ,ପ୍ରବନ୍ଧ,କବିତା ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ଏହି ସୁଲେଖିକା।୨୫ ବର୍ଷ ଧରି ଓଡ଼ିଆ ମାଗାଜିନ୍ “ଇସ୍ତାହାର”ର ସମ୍ପାଦିକା ଥିଲେ ପ୍ରତିଭା ଶତପଥୀ।ଏଥି ସହିତ ପଲ୍.ଏସ୍ ବଙ୍କ୍ ଙ୍କ ଭଳି ବିଶିଷ୍ଟ ଇଂରାଜୀ ଓ ହିନ୍ଦୀ ସାହିତ୍ୟିକଙ୍କ କୃତିକୁ କବିତାକୁ ଓଡ଼ିଆରେ ଅନୁବାଦ କରି ବେଶ୍ ଆଦୃତ ହୋଇଛନ୍ତି ପ୍ରତିଭା।

ଡ଼.ପ୍ରତିଭା ଶତପଥୀଙ୍କ ଦ୍ୱାରା ରଚିତ ଅନୁବାଦ କବିତା, ପ୍ରବନ୍ଧ,ଜୀବନୀ ସାହିତ୍ୟ ଏବଂ ପୁରସ୍କାର ବିଷୟରେ କିଛି-

କବିତା-ଆମ କବିତା,ସାହାଡ଼ା ସୁନ୍ଦରୀ,ଶବରୀ,ତନ୍ମୟ ଧୂଳି।
ଇଂରାଜୀ ଓ ହିନ୍ଦୀ ଭାଷାରେ ଅନୁଦିତ କବିତା-ସମୟ ନହିଁ ହେ,ଅଧା ଅଧା ନକ୍ଷତ୍ର,ଏ ଟାଇମ୍ ଅଫ୍ ରାଇଜିଙ୍ଗ୍ ଇତ୍ୟାଦି।
ପ୍ରବନ୍ଧ/ଜୀବନୀ-କଳ୍ପନାର ପ୍ରତିଫଳନ,ସରଳା ଦେବୀଙ୍କ ଜୀବନୀ।
ଅନୁବାଦ-ସାହାସର ଶିକ୍ଷା,କ୍ରୀତଦାସ,ସୁବ୍ରମଣ୍ୟମ ଭାରତୀ ଇତ୍ୟାଦି।

ପୁରସ୍କାର- ସାହିତ୍ୟ ଭାରତୀ ସମ୍ମାନ,ଶାରଳା ପୁରସ୍କାର,ସୁଭଦ୍ରା କୁମାରୀ ଚୌହାନ ସାହିତ୍ୟ ସମ୍ମାନ,କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ତନ୍ମୟ ଧୂଳି),ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର,ଏସବିଆଇ କବିତା ସମ୍ମାନ,ସେଲ୍ କବିତା ସମ୍ମାନ ପ୍ରମୁଖ।

ପ୍ରତିଭାଙ୍କ ମତରେ ସାହିତ୍ୟ ସିଦ୍ଧିରେ ପହଂଚିବା ପାଇଁ କୌଣସି ସହଜ ବାଟ ନାହିଁ।ଏହାକୁ ହାସଲ କରିବାକୁ ହେଲେ ଅକ୍ଲାନ୍ତ ପରିଶ୍ରମ ଓ ଧର୍ଯ୍ୟ ଆବଶ୍ୟକ।ତେବେ ନିଜର ଉପଦେଶ ମାଧ୍ୟମରେ ପ୍ରାଧ୍ୟାପିକା ପ୍ରତିଭା ଏହା କହିଛନ୍ତି ଯେ ” ଯୁବକମାନେ ଲେଖିବା ସମୟରେ ଧର୍ଯ୍ୟହରା ନ ହୋଇ ଅହରହ ପରିଶ୍ରମ ଜାରି ରଖନ୍ତୁ । ନିଜର ରକ୍ତକୁ କଲମର ସାହିରେ ପରିଣତ କରି ସାହିତ୍ୟକୁ ରୁଦ୍ଧିମନ୍ତ କରନ୍ତୁ।”

ସାକ୍ଷାତକାର : ଦେବୀପ୍ରସାଦ ରଥ

Leave a Reply

Your email address will not be published. Required fields are marked *