ବ୍ୟବସାୟ ଭିତ୍ତିଭୂମି ଏବଂ ବ୍ୟବସାୟୀଙ୍କ ଧନ ଜିବନ ସୁରକ୍ଷା ପାଇଁ ଇଣ୍ଡିଆନ ସିଟିଜେନସ ପାର୍ଟିର ଦାବି

ଭୁବନେଶ୍ୱର: ସାରା ଓଡ଼ିଶାର ବ୍ୟବସାୟୀ ଭାଇ ଓ ଭଉଣୀ ଓ ସେମାନଙ୍କର ପରିବାରବର୍ଗଙ୍କ ଧନ ,ଜୀବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ପାଇଁ ଏବଂ ବ୍ୟବସାୟରେ ଲାଭ ଗ୍ୟାରେଣ୍ଟି ସ୍କିମ କାର୍ଯ୍ୟକାରୀ କରିବା ପାଇଁ ଇଣ୍ଡିଆନ ସିଟିଜେନସ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ହେବାକୁ ଥିବା ପଦଯାତ୍ରା ରେ ଯୋଗ ଦେବାକୁ ଏବଂ ପଦଯାତ୍ରାକୁ ସଫଳ କରିବା ପାଇଁ ନିବେଦନ |

ବିଗତ ଦୀର୍ଘ ଦୁଇଦଶନ୍ଧିରୁ ଉର୍ଦ୍ଧ ଓଡ଼ିଶାର ବ୍ୟବସାୟୀ ଭାଇଭଉଣୀମାନେ ଅବହେଳିତ , ନିଷ୍ପେସିତ ଏବଂ ନିର୍ଯ୍ୟାତିତ | ବ୍ୟବସାୟ ପ୍ରତିଷ୍ଠାନ ଏବଂ ବ୍ୟବସାୟୀ ମାନଙ୍କ ଉପରେ ସରକାର ଏବଂ ଅସାମାଜିକ ବ୍ୟକ୍ତି ମାନେ ଚଢ଼ଉ କରିବା ସହିତ ମରଣାନ୍ତକ ଆକ୍ରମଣ କରିଚାଲିଛନ୍ତି | ବ୍ୟବସାୟୀ ମାନଙ୍କୁ ଗୁଳି କରିବା ସହିତ ବ୍ୟବସାୟୀ ମାନଙ୍କୁ ଅପହରଣ କରି ନିଆଯାଉଛି | ଓଡ଼ିଶାରେ ବ୍ୟବସାୟରେ ଉର୍ନତି ପାଇଁ ବ୍ୟବସାୟ ଭିତ୍ତିଭୂମି ସୃଷ୍ଟି ହୋଇ ପାରିଲେ ଏବଂ ସରକାର ବ୍ୟବସାୟୀ ଭାଇ ଭଉଣୀ ଓ ସେମାନଙ୍କ ପରିବାରବର୍ଗଙ୍କ ଧନ ଜୀବନ ଓ ମର୍ଯ୍ୟାଦା ରକ୍ଷା ପାଇଁ ଶତ ପ୍ରତିଶତ ସୁରକ୍ଷା ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ କଲେ ଓଡିଶା ଋଣମୁକ୍ତ ହେବାସହ ଓଡିଶାବାସୀଙ୍କର ମୁଣ୍ଡପିଛାଆୟ ବୃଦ୍ଧି ପାଇପାରିବ | ତେଣୁ ସାରାଓଡ଼ିଶାରେ ବ୍ୟବସାୟ ଭିତ୍ତିଭୂମି ନିର୍ମାଣ କରିବା ,ବ୍ୟବସାୟୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ଧନ,ଜିବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ଗ୍ୟାରେଣ୍ଟି ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା,ବ୍ୟବସାୟୀମାନଙ୍କୁ ଆବଶ୍ୟକୀୟ ବ୍ୟବସାୟ ଗୃହ ,ଗୋଦାମ ଗୃହ ଏବଂ ବ୍ୟାଙ୍କ ଋଣ ଯୋଗାଇଦେବା ,ବ୍ୟବସାୟୀ ମାନଙ୍କର ପୁଅ ଝିଅ ମାନଙ୍କୁ ସେମାନଙ୍କ ମନୋନୀତ ବିଷୟରେ ପାଠ ପଢ଼ିବାର ସୁଯଗ ଦେବାପାଇଁ ଏବଂ ଏବଂ ବ୍ୟବସାୟୀ ମାନେ ସେମାନଙ୍କ ପୁଅ ଝିଅମାନଙ୍କ ଧନ ,ଜିବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷାଦେବାକୁ ଇଣ୍ଡିଆନ ସିଟିଜେନସ ପାର୍ଟି ସଭାପତି ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେହଜାର ହଜାର କର୍ମୀ ସାରା ଓଡ଼ିଶାର ପଦଯାତ୍ରା ଓ ରାଲି କରିବାର ପ୍ରସ୍ତୁତି କରୁଛନ୍ତି | ସାରା ଓଡ଼ିଶାର ବ୍ୟବସାୟୀ ଭାଇ ଭଉଣୀ ମାନେ ଏବଂ ସେମାଙ୍କର ପରିବାରବର୍ଗ ପଦଯାତ୍ରା ଓ ରାଲିରେ ଯୋଗଦେବା ସହିତ ସାରା ଓଡ଼ିଶାରେ ପଦଯାତ୍ରାକୁ ସଫଳ କରିବା ପାଇଁ ପାର୍ଟି ପକ୍ଷରୁ ନିବେଦନ କରାଯାଇଛି |

Leave a Reply

Your email address will not be published. Required fields are marked *