ସି.ଏଫ୍.ଏ.ଆର ଦ୍ବାରା ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୯ ଟି ୱାର୍ଡ ର ୧୩୦ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ନେଇ ସ୍ଥାନୀୟ ରୋଟାରୀ କ୍ଲବ୍ ଠାରେ ପ୍ରୟାସ ସିଙ୍ଗିଲ୍ ୱିଣ୍ଡୋ, ସଂଟର ଫର୍ ଏଡ୍‌ଭୋକେସୀ ଆଣ୍ଡ୍ ରିସର୍ଚ୍ଚ (ସି.ଏଫ୍.ଏ.ଆର୍) ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ମହା ସମାରୋହରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟିକୁ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ (ଶ୍ରମ ବିଭାଗ, ଓଡିଶା ସରକାର) ପ୍ରଦ୍ଵୀପ ପ୍ରଜ୍ୟୋଳନ କରି ଉଦ୍ଘାଟନ କରିଥିଲେ । ରାଜ୍ୟ ପ୍ରକଳ୍ପ ପରିଚାଳିକା (ସି.ଫାର୍) ଶ୍ରମତୀ ମମତା ସିଂ ମାନ୍ୟବର ମନ୍ତ୍ରୀ ଏବଂ ଅନ୍ୟାନ୍ୟ ମାହମାନ୍ୟ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ସି.ଫାର୍ ର ଲକ୍ଷ୍ୟ, ଉଦ୍ଦେଶ୍ୟ, କାର୍ଯ୍ୟ ପ୍ରଣାଳୀ ଏବଂ ସଫଳତା ସମ୍ପର୍କ ରେ ଅତି ସଂକ୍ଷିପ୍ତ ଭାବରେ ଆଲୋଚନା କରିଥିଲେ ଏବଂ ସି.ଫାର୍ ତରଫରୁ ମହାମାନ୍ୟ ଅତିଥି ମାନଙ୍କୁ ଫୁଲ ଗଛ ଏବଂ ଉତରୀୟ ପ୍ରଦାନ କରି ସମ୍ମାନୀତ କରିଥିଲେ । ସଉଦ୍ଘାଟନୀ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନାର ଲାଭ ଉଠାଇବା ପାଇଁ ନିର୍ମାଣ ଶ୍ରମିକ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ଇ.ଏସ୍.ଆଇ ଦ୍ଵାରା କିଭଳି ନିର୍ମାଣ ଶ୍ରମିକ ମାନଙ୍କୁ ଘରୋଇ ଡାକ୍ତର ଖାନା ଗୁଡିକ ନିଃଶୁଳ୍କ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବେ ସେ ବିଷୟରେ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତବ୍ୟ ରଖିଥିଲେ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଥିବା ୧୨୦୦ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖୁବ୍ ଶିଘ୍ର ଶ୍ରମିକ ମାନଙ୍କର କଲ୍ୟାଣ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ମଧ୍ୟ ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଯଦି କୌଣସି ନିର୍ମାଣ ଶ୍ରମିକ ଙ୍କର ଶ୍ରମ କାର୍ଡ ନାହିଁ କିମ୍ବା କୌଣସି ସୁବିଧା ରୁ ବଂଚିତ ହୋଇଛନ୍ତି ତେବେ ତୁରନ୍ତ ଲିଖ୍ତ ତଥ୍ୟ ପ୍ରଦାନ କଲେ ଏହାର ଆଶୁ ସମାଧାନ ନିମନ୍ତେ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ମାନ୍ୟବର ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ସି.ଫାର୍ ମାଧ୍ୟମରେ ଶ୍ରମିକ ମାନଙ୍କ ତରଫରୁ ମାନ୍ୟବର ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ପ୍ରଦାନ କରାଯାଇଥିଲା । ଯଥା-୧. ଅଣ ସଂଗଠିତ ମହିଳା ଶ୍ରମିକ ମାନଙ୍କର ପ୍ରସୂତିକାଳୀନ ସହାୟତା ପ୍ରଦାନ କରିବା ୨. ଶ୍ରମିକ ମାନଙ୍କ ର ସମସ୍ୟା ର ତୁରନ୍ତ ସମାଧାନ ନିମନ୍ତେ ଏକ ଦେୟ ମୁକ୍ତ ନଂ ପ୍ରଚଳନ କରିବା ୩. ଶ୍ରମିକ ମାନଙ୍କର ଶ୍ରମ କାର୍ଡ ଗୁଡିକ ୯୦ ଦିନ ଭିତରେ ପ୍ରଦାନ କରିବା ପାଇଁ
ମାନ୍ୟବର ମନ୍ତ୍ରୀ ଙ୍କୁ ନିବେଦନ କରାଯାଇଥିଲା । ଉକ୍ତ ଦାବି ଗୁଡିକୁ ତୁରନ୍ତ କାର୍ଯ୍ୟକାରି କରିବା ପାଇଁ ମାନ୍ୟବର ମନ୍ତ୍ରୀ ସହମତି ପ୍ରକାଶ କରିବା ସହିତ ସି.ଫାର୍ ର ଏଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମଧ୍ୟ ସଂଗଠନ କୁ ଭୂୟସୀ ପ୍ରସଂସା କରିଥିଲେ । ସୁଶ୍ରୀ ମୀରା ପରିଡା (ଅଧ୍ୟକ୍ଷା-ସଖା ଏବଂ ମିଶନ ଶକ୍ତି ଉପଦେଷ୍ଟା) ନିର୍ମାଣ ଶ୍ରମିକ ମାନଙ୍କ ନିମନ୍ତେ ଥିବା ପ୍ରତ୍ୟେକ ସୁବିଧା ଗୁଡିକର ସଫଳ ରୁପାୟନ ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହାୟାତା ଯୋଗାଇ ଦେବା ପାଇଁ ସଂକଳ୍ପ ବଦ୍ଧ ଏବଂ ଶ୍ରମିକ ମାନଙ୍କର ସୂରକ୍ଷା, ନିରାପତା ଓ ଆର୍ଥିକ ସ୍ଵଚ୍ଛଳତା ଦିଗରେ ରାଜ୍ୟ ସରକାର ନିରବଚ୍ଛିନ୍ନ ସହାୟତା ଯୋଗାଇ ଦେଉଛନ୍ତି ଏବଂ ଆଗାମୀ ଦିନରେ ଆହୁରୀ ଅଧିକ ସହାୟତା ଯୋଗାଇ ଦେବେ ବୋଲି ଦୃଢ ମତ ପୋଷଣ କରିଥିଲେ । ନିମନ୍ତ୍ରିତ ଅତିଥୁ ରୁପେ ଶ୍ରୀମତୀ ସ୍ନେହାଞ୍ଜଳୀ ମହାନ୍ତି (ପୂର୍ବତମ ସଦସ୍ୟ-ରାଜ୍ୟ ମହିଳା କମିଶନ) ମହିଳା ମାନଙ୍କ ଉପରେ କର୍ମ କ୍ଷେତ୍ରରେ ହିଂସା, ଘରୋଇ ହିଂସା ନିରୋଧ ଆଇନ୍ ଏବଂ ଏହାର ଫାଇଦା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ରୁପେ ଶ୍ରୀମତୀ ପ୍ରଣତି ମହାପାତ୍ର (Representative-INTUC) ପୂର୍ବତନ ସଦସ୍ୟା – ଓଡ଼ିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ), ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପରିଡା (ସଦସ୍ୟ – ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ), ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସ (ଜାତୀୟ ଉପସଭାପତି-ଇଂଟର ନ୍ୟାସ୍‌ନାଲ୍ ଲେବର ପ୍ରୋଗ୍ରେସିଭ୍ ଫେଡେରେସନ୍) ଏବଂ ଶ୍ରୀଯୁକ୍ତ ସଚିକାନ୍ତ ପ୍ରଧାନ (ସମ୍ପାଦକ-ଦି ହ୍ୟୁମାନିଟି) ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଥୁବା ଆଇନ୍ ର ପୃଷ୍ଠଭୁମି ଏବଂ ଏହାର ସଫଳ ଉପଯୋଗ ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହିତ ବାର୍ଷିକ ନବୀକରଣ ଉପରେ ଗୁରୁତ୍ବ ଦେଇଥିଲେ । ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ଯଥା-ମହିଳା ନିର୍ମାଣ ଶ୍ରମିକଙ୍କର ପ୍ରସୂତି କାଳୀନ ସହାୟତା-୧୦,୦୦୦/-(ଦଶ ହଜାର)ଟଙ୍କା, ନିର୍ମାଣ ଶ୍ରମିକ ମାନଙ୍କର ପିଲାଙ୍କ ପାଇଁ ଶିକ୍ଷା ବୃତି, ଶ୍ରମିକ ମାନଙ୍କର ୨ଟି ଝିଅ ଙ୍କର ବିବାହ କାଳୀନ ସହାୟତା ରାଶି (ପ୍ରତ୍ୟେକ ଙ୍କୁ ୫୦,୦୦୦/- ଟଙ୍କା, ଶ୍ରମିକ ମାନଙ୍କର ମୃତ୍ୟୁକାଳୀନ ସହାୟତା (ସ୍ଵାଭାବିକ ମୃତ୍ୟୁ-୨,୦୦,୦୦୦/-ଟଙ୍କା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ -୪,୦୦,୦୦୦/-ଟଙ୍କା) ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏଥୁ ସହିତ ନିର୍ମାଣ ଶ୍ରମିକ ମାନେ କିଭଳି ସମ୍ମାନ ର ସହିତ କାର୍ଯ୍ୟ କ୍ଷେତ୍ରରେ କାମ କରିପାରିବେ, ଉପଯୁକ୍ତ ମଜରୀ ପାଇବେ ଏବଂ କାର୍ଯ୍ୟକ୍ଷେତ୍ର ରେ କିଭଳି ଶ୍ରମିକ ମାନେ ମୌଳିକ ସୁବିଧା ରୁ ବଂଚିତ ନ ହେବେ ସେ ବିଷୟରେ ଖୁବ୍ ସୁନ୍ଦର ଭାବରେ ମଧ୍ୟ ଆଲୋଚନା କରିଥିଲେ ।
ଅନ୍ୟତମ ଅତିଥୁ ରୁପେ ସି.ଫାର୍ ର ସହାୟତା କେନ୍ଦ୍ରର ସଦସ୍ୟ ମାନେ ଯଥା-ଶ୍ରୀମତୀ ସୁମିତ୍ରା ମହାରଣା, ଶ୍ରୀମତୀ ମାମି ଦାସ, ଶ୍ରୀମତୀ ପୂଜା ବେହେରା,
ଶ୍ରୀମତୀ ଜ୍ୟୋତ୍ସ୍ନାରାଣି ନାୟକ, ଶ୍ରୀମତୀ ସରସ୍ଵତୀ ବେହେରା, ଶ୍ରୀମତୀ ସଂବାରୀ ବିଶ୍ଵକର୍ମା ଇତ୍ୟାଦି ଉପସ୍ଥିତ ରହି ବସ୍ତି ସ୍ତରରେ ଅବହେଳିତ ହେଉଥିବା ନିର୍ମାଣ ଶ୍ରମିକ ମାନେ କିଭଳି ସଚେତନତା ଅଭାବରୁ ନିଜର ସୁବିଧା ସୁଯୋଗ ଗୁଡିକ ପାଇ ପାରୁ ନାହାଁନ୍ତି ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ର ସହ ପରିଚାଳନାରେ ଶ୍ରୀମତୀ ଦେବସ୍ମିତା ରାଉତ (ରାଜ୍ୟ ସହ ସଂଚାଳିକା, ସି.ଫାର୍), ଶ୍ରୀ ସୁକାନ୍ତ କୁମାର ସାହୁ, ଶ୍ରୀମତୀ ଐଶୁରିୟା ମହାନ୍ତି, ସୁଶ୍ରୀ ବିଷ୍ଣୁପ୍ରିୟା ସାହୁ, ସୁଶ୍ରୀ ଅଭିଲିପ୍ସା ଜେନା, ସୁଶ୍ରୀ ସିପ୍ରା ପାତ୍ର, ଶ୍ରୀ ମନୋଜ କୁମାର ପରିଡା, ସହାୟତା କେନ୍ଦ୍ରର ସଦସ୍ୟା, ସିଙ୍ଗିଲ୍ ୱିଣ୍ଡୋ ଫୋରମ୍ ମେମ୍ବର, ଇ-ମିତ୍ରା ସହଯୋଗୀ ଏବଂ ଅଭିଯୋଗ କମିଟି ସଦସ୍ୟ ମାନେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।
ପରିଶେଷରେ ସୁଶ୍ରୀ ଇପ୍ସିତା ପ୍ରିୟଦର୍ଶନୀ ଙ୍କ ଦ୍ବାରା ଅତିଥ୍‌ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ କୁ ସମାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *