ବିନା ସର୍ଜରୀରେ ଶରୀରର ସୌନ୍ଦର୍ଯ୍ୟତାକୁ ଫେରାଇଆଣୁଛି ଚାର୍ମ କ୍ଲିନିକ

ଭୁବନେଶ୍ୱର : କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ମଣିଷ ସଫଳତାର ଶୀର୍ଷରେ ପହଞ୍ଚି ପାରେ। ଅଭାବ, ପରିବେଶ,ପରିସ୍ଥିତି ମଣିଷକୁ ଅଟକାଇ ପାରେନି ତାର ଲକ୍ଷ ସ୍ଥଳରେ ପହଁଚିବା ପାଇଁ।ସେହିଭଳି ଅନେକ ସଂଘର୍ଷ କରି ସଫଳତାର ଶୀର୍ଷରେ ପହଞ୍ଚିବା ସହିତ ରାଜଧାନୀର ଗଲି କନ୍ଦିରେ ଯାହାଙ୍କ ବେଶ ଚର୍ଚ୍ଚା ହୁଏ କେବଳ ରାଜଧାନୀ ଭୁବନେଶ୍ବର ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ବେଶ ନାଁ କରିଥିବା ଉଦୀୟମାନ ମହିଳା ହେଉଛନ୍ତି ଶ୍ରୀମତୀ ସ୍ମୃତି ମହାପାତ୍ର।

ତାଙ୍କ ହାତର ଯାଦୁରେ ଚମକି ଉଠେ ତ୍ୱଚା।ଜଣେ ମଣିଷ 60 ବର୍ଷ ବୟସରେ ବି ଅନୁଭବ କରିପାରେ ତା ଯୌବନର କଥା ଆଉ ଏହାକୁ କେବଳ ସମ୍ଭବ କରାଇ ପାରେ ସ୍ମୃତି ମହାପାତ୍ରଙ୍କ ଚାର୍ମ କ୍ଲିନିକ।

ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜର ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ଯତ୍ନ ନେବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ।ବିଶେଷ କରି ମହିଳା ମାନଙ୍କ ପାଇଁ ସେମାନେ ତାଙ୍କ କର୍ମ ବହୁଳ ଜୀବନ ରେ ନିଜ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଇଥାନ୍ତି।ଆଜିର ଏହି ଅତ୍ୟାଧୁନିକ ଦୁନିଆରେ ସମସ୍ତେ ସୁନ୍ଦର ହେବା ପାଇଁ ଅନେକ ପ୍ରକାରର beauty products ବ୍ୟବହାର କରୁଛନ୍ତି।କିନ୍ତୁ ସବୁ beauty products ସୌନ୍ଦର୍ଯ୍ୟ କୁ ବଢ଼ାଇ ନଥାଏ।
କେବେ କେବେ ଭୁଲ ପ୍ରଡକ୍ଟ ବା ବିନା ଜ୍ଞାନରେ ଭୁଲ ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା କେଉଁ ଭଳି ସାଇଡ଼ ଇଫେକ୍ଟ ବାହାରିଥାଏ ଆମେ ଅନେକ ସମୟରେ ଆମ ଆଖ ପାଖ ବା ଗଣମାଧ୍ୟମରେ ଦେଖିବାକୁ ପାଉଥାଉ।

ତେବେ ସ୍ମାର୍ଟ ସିଟିକୁ ମୁଖ୍ୟମନ୍ତ୍ରୀ ଯେପରି ସ୍ୱନ୍ଦର୍ଯ୍ୟକରଣ କରିବାକୁ ଅନେକ ଚେଷ୍ଟା କରୁଛନ୍ତି ଠିକ ସେପରି ମହିଳା ମାନଙ୍କ ସ୍ୱନ୍ଦର୍ଯ୍ୟକୁ ଦ୍ଵିଇ ଗୁଣିତ କରୁବାକୁ ଖୁବ ଚେଷ୍ଟା କରନ୍ତି ସ୍ମୃତି ମହାପାତ୍ର।

ଆଜିର ବ୍ୟସ୍ତ ବହୁଳ ଜୀବନଯାପନ ଭିତରେ ମହିଳା ମାନଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବା ପାଇଁ ଚାର୍ମ କ୍ଲିନିକ ଦୀର୍ଘ 8ବର୍ଷ ହେବ ତାର ଗ୍ରାହକ ମାନଙ୍କୁ customized treatment ଯୋଗାଇ ଦେଉଛି।

ମହିଳାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ କରି ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ତ୍ୱଚାର ଅନୁଧ୍ୟାନ କରି ଚାର୍ମ କ୍ଲିନିକ ଉତ୍ତମ ମାନର ଚିକିତ୍ସା ପ୍ରଦାନ କରୁଛି।ବିଶେଷ କରି ମହିଳାଙ୍କ ଠାରେ ଦେଖା ଦେଉଥିବା back pain, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା। ବର୍ତ୍ତମାନ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ normal delivery ବଦଳରେ ଅସ୍ତ୍ରୋପଚାର ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି।ଯେହେତୁ ଜଣେ ମହିଳା ଗର୍ଭବତୀ ହେବା ପରେ ତାଙ୍କ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସିଥାଏ।ସେ କିପରି ତାଙ୍କର body ଏବଂ figure କୁ maintain କରି ରଖିପାରିବ ତାର ମଧ୍ୟ diet ପ୍ଲାନ ସହ customize ଚିକିତ୍ସା କରାଯାଉଛି।ଯାହାଦ୍ୱାରା ସେମାନେ ଏକ ସୁସ୍ଥ ଜୀବନ ଏବଂ ପୂର୍ବରୁ ଥିବା ଶରୀର ଫେରି ପାଇପାରନ୍ତିପାରନ୍ତି।
ଆମେ ସମସ୍ତେ ଜାଣିଛନ୍ତି କି ଯେତେବେଳେ ଜଣେ ମହିଳା ଗର୍ଭବତୀ ଥାନ୍ତି ସେତେବେଳେ ମହିଳା ମାନେ ନିଜ ସ୍ୱନ୍ଦର୍ଯ୍ୟ ଓ ଶରୀର ପାଇଁ ବେଶ ଚିନ୍ତିତ ଥାନ୍ତି କାରଣ ଆମକୁ ଅନେକ ସମୟରେ ଦେଖିବାକୁ ମିଳେ କି ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ମହିଳା ଅସ୍ତ୍ରୋପଚାର ଦ୍ୱାରା ପିଲାଟିଏ ଜନ୍ମ କରିଥାନ୍ତି ତେବେ ଏହା ଦ୍ୱାରା ମହିଳା ମାନେ ଅନେକ ମାତ୍ରାରେ ଚିନ୍ତା ଗ୍ରସ୍ତ ହୋଇପଡନ୍ତି ଯେପରି ବର୍ତ୍ତମାନ ଅସ୍ତ୍ରୋପଚାର ପରେ Belly ବୃଦ୍ଧି ପାଇଥାଏ back pain ହୋଇଥାଏ ହେଲେ କୌଣସି ମହିଳା ଚାହାନ୍ତି ନାହିଁ ତାଙ୍କ ସୌନ୍ଦର୍ଯ୍ୟ ବା ଶରୀର ଉପରେ ଟିକେ କିଛି ଆଞ୍ଚ ଆସୁ ତେଣୁ ମହିଳାଙ୍କ ଶରୀର ଓ ସ୍ୱନ୍ଦର୍ଯ୍ୟକୁ ସୁନ୍ଦର କରିବା ପାଇଁ ଚାର୍ମ କ୍ଲିନିକ ସବୁବେଳେ ଓ ସବୁ ସମୟରେ ମହିଳାଙ୍କ ସାଥିରେ ରହିଛି ଏବଂ ଭଲ ପ୍ରାଇସରେ ମଧ୍ୟ ମହିଳାଙ୍କୁ ସେବା ଯୋଗାଇ ପାରୁଛି।

ଚାର୍ମ କ୍ଲିନିକ ବ୍ୟତୀତ ଚାର୍ମ ର ଏକ ବିୟୁଟି ସେଳୁନ ବି ଅଛି।ଯେଉଁଥିରେ ତ୍ୱଚା ଠୁ ଆରମ୍ଭ କରି ଚୁଟିର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି।ବ୍ରଣ,କଳାଦାଗ,ଚୁଟି ଝଡ଼ିବା ଓ ଚୁଟି ବୃଦ୍ଧି ନହେବା ଇତ୍ୟାଦି ସମସ୍ୟାକୁ ନେଇ ସେ ଚିକିତ୍ସା ପ୍ରଦାନ କରୁଛନ୍ତି ଓ ସର୍ବନିମ୍ନ 500 ଟଙ୍କାରୁ ସର୍ଭିସ ଯୋଗାଇ ପାରନ୍ତି।
ତେବେ କେବଳ ଏତିକି ନୁହେଁ ତାଙ୍କ ଚାର୍ମ କ୍ଲିନିକରେ ମହିଳାଙ୍କୁ ସର୍ଭିସ ପ୍ରଭାଇଡ଼ କରିବା ସହିତ ଯେଉଁମାନେ ବିୟୁଟି ଉପରେ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଛନ୍ତି ତାଙ୍କୁ ଟ୍ରେନିଙ୍ଗ ଦିଆଯାଏ । ପ୍ରତି ବର୍ଷ ଫ୍ରେସର ମାନଙ୍କୁ ନିଯୁକ୍ତି ଦିଆଯାଏ ଓ ଶିକ୍ଷା ମଧ୍ୟ ଦିଆଯାଏ।

ଢେଙ୍କାନାଳ ରୁ ଭୁବନେଶ୍ୱର ଅନେକ ସଂଘର୍ଷ, ଅନେକ ବାଧା ବିଘ୍ନ କୁ ସାମ୍ନା କରି ଆଜିସେ ଏ ପର୍ଯ୍ୟନ୍ତ ଆସି ପାରିଛନ୍ତି।
ତେବେ ସ୍ମୃତି ମହାପାତ୍ର କୁହନ୍ତି ଖୁବ ସାନ ଦିନୁ ସେ ମାଗାଯିନ ପଢୁଥିଲେ ଓ ବଲିଉଡ ମୁଭି ଦେଖୁଥିଲେ ଯାହା ଦ୍ୱାରା ସେ ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ମନରେ ଏକ ଆଶା ଉଙ୍କିମାରିଥିଲା କି ମୁଁ ବଡ଼ ହେଲେ ମହିଳାଙ୍କ ସ୍ୱନ୍ଦର୍ଯ୍ୟକୁ ନେଇ ଅଧିକ ଯତ୍ନଶୀଳ ହେବି। ହେଲେ ପରିବାରର ଆର୍ଥିକ ପରିସ୍ଥିତି ଏତେ ସ୍ଵଛଳ ନଥିଲା ଅଜାଙ୍କ ଭଲ ପାଇବା ସ୍ନେହ ଓ ଆଗକୁ ଯିବାକୁ ସେ ସବୁବେଳେ ତାଙ୍କୁ ଉତ୍ସାହିତ କରୁଥିଲେ ତେବେ ଖୁବ କମ ବୟସରୁ ପାଠ ପଢ଼ିବା ସହିତ ନିଜେ ମଧ୍ୟ ଏକ କର୍ମକ୍ଷେତ୍ରରେ ଯୋଗ ଦେଲେ ତେବେ ଗୋଟେ ପଟେ ପାଠ ପଢା ଓ ଅନ୍ୟପଟେ ନିଜ ଜବ କୁ ସମ୍ଭାଳି ନେଇ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ଓ ନିଜେ ମଧ୍ୟ ନିଜ ପରିଶ୍ରମରେ ଗଢି ତୋଳିଥିବା ଚାର୍ମ କ୍ଲିନିକରେ ଅନେକ ଯୁବତୀଙ୍କୁ କର୍ମ ନିଯୁକ୍ତି ଦେଇ ପାରୁଛନ୍ତି।
ତେବେ ତାଙ୍କର ଏହି ସଫଳତା ପଛରେ କେବଳ ଅଜା ନୁହନ୍ତି ତାଙ୍କ ସ୍ୱାମୀ ଓ ଦୁଇ ପରିବାର ତାଙ୍କୁ ଅନେକ ସପୋଟ କରିଛନ୍ତି।
ବର୍ତ୍ତମାନ ତାଙ୍କର ଲକ୍ଷ ରହିଛି ସବୁ ଜିଲ୍ଲାରେ ପହଞ୍ଚି ସେଠାରେ ସର୍ଭିସ ଯୋଗାଇ ଦେବାକୁ ମହିଳାଙ୍କ ତ୍ୱଚାର ଯତ୍ନ ନେବା ସହିତ ଅଧିକ ଶରୀରକୁ ନେଇ ମହିଳା ମାନେ ଯେଉଁ ଚିନ୍ତାଗ୍ରସ୍ତ ହେଉଛନ୍ତି ତାହା ଦୂର କରିବାକୁ କାରଣ ବର୍ତ୍ତମାନ ଲୋକେ ବୁଝିଲେଣି ଜାଣିଲେଣି ଓ ସେମାନଙ୍କ ନିକଟତର ହୋଇ ସେମାନଙ୍କୁ ଭଲ ପ୍ରାଇସରେ ସର୍ଭିସ ଯୋଗାଇବାକୁ ସେ ଲକ୍ଷ ରଖିଥିବା କହିଛନ୍ତି।
ତେବେ ଭୁବନେଶ୍ୱରରେ ଅନେକ ବିୟୁଟି କ୍ଲିନିକ ଥିବା ବେଳେ ସ୍ମୃତି ମହାପାତ୍ରଙ୍କ ଚାର୍ମ କ୍ଲିନିକ ସମସ୍ତଙ୍କ ଠୁ ଭିନ୍ନ ଏବଂ ସ୍ୱତନ୍ତ୍ର କାରଣ ଚାର୍ମ କ୍ଲିନିକରେ ଉତ୍ତମ ମାନର ସେବା ଯୋଗାଇ ଦିଆଯାଇଥାଏ ଆଉ ଯାହାର ତଦାରଖ କରିଥାନ୍ତି ନିଜେ ସ୍ମୃତି ମହାପାତ୍ର ଏ କଥା ସେ କୁହନ୍ତି ନାହିଁ ତାଙ୍କ କ୍ଲିନିକକୁ ଆସୁଥିବା ମହିଳା ମାନେ କୁହନ୍ତି।
ଏହି ଉଦ୍ୟମକୁ ନେଇ ସେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ହାସଲ କରିପାରିଛନ୍ତି ଯେପରି Times of india ତରଫରୁ କ୍ଲିନିକ ପାଇଁ ବେଷ୍ଟ ଆୱାର୍ଡ ଦୁଇଥର ପାଇପାରିଛନ୍ତି,କଳିଙ୍ଗ ୟୁଥ ଆୱାର୍ଡ,ଏପରି ଅନେକ ପୁରସ୍କାର ଓ ସମ୍ମାନ ହାସଲ କରିପାରିଛନ୍ତି।

Leave a Reply

Your email address will not be published. Required fields are marked *