କେଶରିୟା ହିନ୍ଦୁ ପରିଷଦ ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁବନେଶ୍ୱର : କେଶରିୟା ହିନ୍ଦୁ ପରିଷଦର ଓଡିଶା ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି | ଭୁବନେଶ୍ୱରସ୍ଥ ହୋଟେଲ ରେଲ ଭିଉ ଠାରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ଅଧକ୍ଷା ରଶ୍ମିମୟୀ ପଟ୍ଟନାୟକ, ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା, ରାଜ୍ୟ ସଭାପତି ଟିଟନ ସାହୁ, ସାଧାରଣ ସମ୍ପାଦକ ରାଜେଶ କୁମାର ନନ୍ଦ, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀ ଓ ରତ୍ନପ୍ରଭା ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ | ଦେଶରେ ମହିଳା ମାନେ ସାମ୍ନା କରୁଥିବା ସମସ୍ୟା ଓ ତାର ସମାଧାନ ଦିଗରେ କାମ କରିବା ସହ ହିନ୍ଦୁ ଧର୍ମର ଗାରିମାକୁ ସର୍ବୋଚ୍ଚ ଶିଖରରେ ପହଞ୍ଚାଇବାକୁ କେଶରିୟା ହିନ୍ଦୁ ପରିଷଦ କାମ କରୁଛି ଏବଂ ଆଗାମୀ ଦିନରେ କାମ କରିଚାଲିବ ବୋଲି ଉପସ୍ଥିତ ଅତିଥି ମାନେ ମତ ଦେଇଥିଲେ | ଶେଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା 30 ଜଣ ବିଶିଷ୍ଟ ମହିଳାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା |

Leave a Reply

Your email address will not be published. Required fields are marked *