ଓଡ଼ିଶା ଆୟକର କର୍ମଚାରୀ ସଂଘର ୨୬ତମ ମହାଧିବେଶନ ଉଦଯାପିତ

ଭୁବନେଶ୍ୱର ସ୍ଥିତ ହୋଟେଲ ସାଣ୍ଡି ଟାୱାରଠାରେ ଦୁଇ ଦିନ ଧରି ଚାଲିଥିବା ଆୟକର କର୍ମଚାରୀ ସଂଘର ଦ୍ବିବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଜି ଆୟୋଜିତ ଖୋଲା ଅଧିବେଶନରେ ଓଡ଼ିଶା ଆୟକର ବିଭାଗର ପ୍ରମୁଖ ଏବଂ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ୱାଇ. ରାଜେଦ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଅଛନ୍ତି | ନିଜର ଭାଷଣରେ ଶ୍ରୀ ରାଜେଦ୍ର ରାଷ୍ଟ୍ର ନିର୍ମାଣରେ ଆୟକାର ବିଭାଗର ଭୂମିକାର ଅବତାରଣା କରିବାକୁ ଯାଇ, ତହିଁରେ ବିଭାଗର କର୍ମଚାରୀମାନଙ୍କର କର୍ତ୍ତବ୍ୟ ପରାୟଣତା ଓ ତ୍ୟାଗର ବିଶେଷ ମହତ୍ୱ ରହିଥିବାର ଉଲ୍ଲେଖ କରିଥିଲେ | ଉକ୍ତ ଅଧିବେଶନରେ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆୟକର ପ୍ରଧାନ ଆଯୁକ୍ତ ଶ୍ରୀ ଧୀରେଦ୍ର କୁମାର ମିଶ୍ର ଓଡ଼ିଶା ଆୟକର କର୍ମଚାରୀଙ୍କର ଏକାନ୍ତ ବର୍ତ୍ତବ୍ୟ ନିଷ୍ଠା ଯୋଗୁଁ ହିଁ ପ୍ରତି ବର୍ଷ କେଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଦିଆଯାଉଥିବା ବଜେଟ ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ସମ୍ଭବ ହୋଇ ପାରୁଛି | ଉକ୍ତ ସଭାରେ ଆୟକର ଗେଜେଟେଡ ଅଫିସର ସଂଘର ସର୍ବଭାରତୀୟ ଉପ ସଭାପତି ଶ୍ରୀ ଅମିତାଭ ଦେ ବିଭାଗରେ କାର୍ଯ୍ୟରତ ଅଧିକାରୀ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକୁ ଉପସ୍ଥାପନା କରିଥିଲେ | ଆୟକର କର୍ମଚାରୀ ସଂଘର ସର୍ବ ଭାରତୀୟ ମହାସଚିବ ଶ୍ରୀ ରୂପକ ସରକାର ଏହି ଖୋଲା ଅଧିବେଶନରେ ଯୋଗ ଦେଇ କର୍ମାଚାରିମାନଙ୍କର ଦୀର୍ଘ କାଳିନ ଦାବି ଗୁଡିକର ଶୀଘ୍ର ପୂରଣ ପାଇଁ ଧ୍ୟାନ ଦେବା ପାଇଁ ମତ ପୋଷଣ କରିଥିଲେ | ଏହି ସଭାରେ ଆୟକର ଗେଜେଟେଡ ଅଫିସର ସଂଘର ସର୍ବଭାରତୀୟ ଯୁଗ୍ମ ସମ୍ପାଦକ ଶ୍ରୀ ଜେ. ପି. ସିଂହ, ଓଡ଼ିଶା ଆୟକର ଗେଜେଟେଡ ଅଫିସର ସଂଘର ସାଧାରଣ ସଚିବ ଶ୍ରୀ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ମଧ୍ୟ ବକ୍ତବ୍ୟ ପ୍ରଧାନ କରିଥିଲେ | ଏହି ଅଧିବେଶନ ରେ ଓଡ଼ିଶା ଆୟକର କର୍ମଚାରୀ ସଂଘର ସାଧାରଣ ସଚିବ ଶ୍ରୀ ଚିତ୍ତ ରଞ୍ଜନ ପଟ୍ଟନାୟକ ଓଡ଼ିଶାରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀମାନଙ୍କର ବିଭିର୍ନ୍ନ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ | 27 ମଇ, 2022 ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଆଗାମୀ ଦୁଇ ବର୍ଷ ପାଇଁ କର୍ମଚାରୀ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି | ଶ୍ରୀ ଚିତ୍ତ ରଞ୍ଜନ ପଟ୍ଟନାୟକ, ସାଧାରଣ ସଚିବ; ଶ୍ରୀ କେ. ଏସ. ଏନ. ପାତ୍ର, ସଭାପତି; ଶ୍ରୀ ରାଧା ଶ୍ୟାମ ଗିରି, ଉପ ସଭାପତି; ଶ୍ରୀ ଲଳିତ କୁମାର ପଣ୍ଡା, ଉପ ସଭାପତି; ଶ୍ରୀ ମାନସ ରଞ୍ଜନ ବାରିକ, ଉପ ସଭାପତି; ଶ୍ରୀ ଏମ. କେ. ସାଇ, ଅତିରିକ୍ତ ସଚିବ; ଯୁଗ୍ମ ସଚିବ ଭାବେ ଶ୍ରୀ ଦେବାଶିଷ ଲେଙ୍କା ଏବଂ ଶ୍ରୀ ତ୍ରିଲୋଚନ ମଲ୍ଲିକ; ଶ୍ରୀ ଧୀରେନ୍ଦ୍ର କୁମାର ସାହୁ, ବିତ୍ତ ସଚିବ; ଶ୍ରୀ ତହସିଲ ଭୋଇ, କ୍ଷେତ୍ରୀୟ ସଚିବ, ଭୁବନେଶ୍ୱର ; ଶ୍ରୀ ଶିବ ପ୍ରସାଦ ରଥ, କ୍ଷେତ୍ରୀୟ ସଚିବ, କଟକ ଏବଂ ଶ୍ରୀ ନିରଞ୍ଜନ ପୃଷ୍ଟି, କ୍ଷେତ୍ରୀୟ ସଚିବ, ସମ୍ବଲପୁର ; ଶ୍ରୀ ଦେବଦତ୍ତ ତ୍ରିପାଠୀ, ସହାୟକ ସଚିବ ;ଶ୍ରୀ ଅମରେନ୍ଦ୍ର କୁମାର, ସହାୟକ ସଚିବ ଏବଂ ଶ୍ରୀ ସଞ୍ଜୟ ବେହେରା, ସହାୟକ ସଚିବ ଭାବେ ନିର୍ବାଚିତ ହୋଇଛନ୍ତି |

Leave a Reply

Your email address will not be published. Required fields are marked *