ଅଗ୍ନିଶମ ବିଭାଗର ୫୪ତମ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ IPS ସୁଧାଂଶୁ ଷଡ଼ଙ୍ଗୀ

ଅଗ୍ନିଶମ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ IPS ସୁଧାଂଶୁ ଷଡ଼ଙ୍ଗୀ । ଅଗ୍ନିଶମ ବିଭାଗର ୫୪ତମ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ସକାଳ ପ୍ରାୟ ୮ଟା ବେଳେ କଟକ ସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।

ଦାୟିତ୍ବ ଗ୍ରହଣ କରିବା ପରେ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଓଡିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି । ଏବଂ ଆଗାମୀ ଦିନରେ ଏହାକୁ ବଜାୟ ରଖାଯିବ ବୋଲି କହିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି, କହିଛନ୍ତି ୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର ୧୧୨ ଟି ଅଗ୍ନିଶମ କେନ୍ଦ୍ର ଥିଲା। ବର୍ତ୍ତମାନ ଏହା ତିନିଗୁଣ ବୃଦ୍ଧି ପାଇ ୩୪୫ ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *