ଆସାମରେ ବନ୍ୟା ପରେ ଜାପାନୀ ଏନ୍‌ସେଫାଲାଇଟିସ୍‌ ଆତଙ୍କ, ୮ ଜଣଙ୍କ ମୃତ୍ୟୁ

ଦିସପୁର: ଆସାମରେ ବନ୍ୟା ବିତ୍ପାତ। ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ଯୋଗୁ ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍ଷ ଲକ୍ଷ ଲୋକେ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ଏବେ ବି ଅନେକ ଲୋକେ ପାଣି ଘେରରେ ଅଛନ୍ତି। ଏହାରି ଭିତରେ ସେଠାରେ ଜାପାନୀ ଏନ୍‌ସେଫାଲାଇଟିସ୍‌ ଆତଙ୍କ ସୃଷ୍ଟି ହୋଇଛି। ଏହି ରୋଗରେ ଆକ୍ରାନ୍ତ ହୋଇ ୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସେହିପରି ୮୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଜିଲ୍ଲା ରାପିଡ୍ ରେସପନ୍ସ ଟିମ୍ (DRRT) ଗଠନ ଏବଂ ପରିସ୍ଥିତି ଉପରେ ନିରନ୍ତର ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ଅଧିକାରୀଙ୍କୁ କହିଛନ୍ତି।

ଆସାମର ମୁଖ୍ୟ ଶାସନ ସଚିବ ଅବିନାଶ ଯୋଶୀ ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲା ଅଧିକାରୀଙ୍କ ସହ ବ ବୈଠକ କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ସେ ଜୁଲାଇ ୧୬ ସୁଦ୍ଧା DRRT ଗଠନ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି।

ଜାପାନୀ ଏନସେଫାଲାଇଟିସ୍ ରୋଗର ପ୍ରକୋପରୁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ANHM ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଏବଂ ନିର୍ଦ୍ଦେଶାବଳୀ ଜାରି କରିଛି। ଜାପାନୀ ଏନସେଫାଲାଇଟିସ୍ କାରଣରୁ ଗତ ବର୍ଷ ଉତ୍ତର-ପୂର୍ବ ରାଜ୍ୟରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ଅଧିକାରୀମାନେ କହିଛନ୍ତି।

ଜାପାନୀ ଏନସେଫାଲାଇଟିସ୍ ଏବଂ ମ୍ୟାଲେରିଆ ପ୍ରତିବର୍ଷ ଆସାମରେ ଅନେକ ଲୋକଙ୍କ ପ୍ରାଣ ନେଉଛି। ମଶାରୁ ବ୍ୟାପୁଥିବା ଏହି ରୋଗ ବିଶେଷକରି ମୌସୁମୀ ଏବଂ ବନ୍ୟା ସମୟରେ ଦେଖା ଦେଇଥାଏ। ସାଧାରଣତଃ ଏହି ସଂକ୍ରମଣ ମେ’ ମାସରେ ଆରମ୍ଭ ହୋଇ ଅକ୍ଟୋବର ପର୍ଯ୍ୟନ୍ତ ରହିଥାଏ।

Leave a Reply

Your email address will not be published. Required fields are marked *