ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଆରଏମସି ସମ୍ପାଦକ ବନମାଳୀ ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଆରଏମସି ସମ୍ପାଦକ ବନମାଳୀ ନାଏକଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବନମାଳୀଙ୍କ ବାଲିଶଙ୍କରା ସ୍ଥିତ କୁକୁରିଡ଼ିହିରେ ଥିବା ପୈତୃକ ଘର, ସୁନ୍ଦରଗଡ଼ ଅଫିସ, ଶଙ୍କରା ସ୍ଥିତ ଦୁଇଟି ବାସ ଭବନ ଓ ଡେଙ୍ଗିଭାଡ଼ି ସ୍ଥିତ ଘରେ ଚଢ଼ାଉ କରାଯାଇଛି । ବନମାଳୀଙ୍କ ଶଙ୍କରା ସ୍ଥିତ ଦୁଇଟି ବାସ ଭବନରୁ ଭିଜିଲାନ୍ସ ବିଭାଗ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିବା ଜଣାଯାଇଛି । ଏହାସହ ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରାଯାଇଛି ।

ବନମାଳୀ ବହୁ ଦିନ ହେବ ଭିଜିଲାନ୍ସ ସ୍କାନରରେ ଥିଲେ। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିଲା । ଭିଜିଲାନ୍ସ ବିଭାଗର ୫ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *