ଜିଓଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ; ଜାଣନ୍ତୁ କଣ ରହିଛି ସୁବିଧା

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ “ଜିଓଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା’ ଅଫର ଘୋଷଣା କରାଯାଇଛି । ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ରହିବ । ୨୦୨୨ ଅକ୍ଟୋବର ୧୮ରୁ ୨୮ ତାରିଖ ମଧ୍ୟରେ ନୂଆ ଜିଓ ଫାଇବର ପ୍ଲାନ୍ ଏବଂ ନୂଆ ସଂଯୋଗ ବୁକିଂ କରୁଥିବା ଗ୍ରାହକମାନଙ୍କୁ ଏଥିରେ ୬୫୦୦ ଟଙ୍କା ମୂଲ୍ୟର ଲାଭ ମିଳିବ । ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ଦୁଇଟି ପ୍ଲାନ୍‌ରେ ଉପଲବ୍ଧ, ଯାହା ହେଉଛି ମାସିକ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ଏବଂ ମାସିକ ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ । ଏହି ଅଫରର ଲାଭ ପାଇବାକୁ ହେଲେ ଗ୍ରାହକମାନଙ୍କୁ ଏକ ନୂଆ ସଂଯୋଗ ନେବା ସହିତ ଏହି ଦୁଇ ପ୍ଲାନ୍ ମଧ୍ୟରୁ ଯେକୌଣସି ଗୋଟିଏ ସବ୍‌ସ୍କ୍ରାଇବ୍ କରିବାକୁ ହେବ । ଏହି ଦୁଇ ପ୍ଲାନ୍ ବ୍ୟତୀତ ୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜ ମଧ୍ୟ ୧୦୦% ଭାଲ୍ୟୁ ବ୍ୟାକ୍ ଅଫର ପାଇଁ ଯୋଗ୍ୟ ବିବେଚିତ ହେବ । ତେବେ ଏଥି ସହିତ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ନାହିଁ ।

ଜିଓ ଫାଇବର ଡବଲ୍ ଫେଷ୍ଟିଭାଲ୍ ବୋନାଞ୍ଜା ଅଫର ୨୦୨୨ରେ ଯେଉଁ ଗ୍ରାହକମାନେ ଏକ ନୂଆ ଜିଓଫାଇବର ସଂଯୋଗ ଏବଂ ୫୯୯ ଟଙ୍କିଆ କିମ୍ବା ୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବୁକିଂ କରିବେ ସେମାନଙ୍କୁ ଦୁଇ ଅତିିରିକ୍ତ ଲାଭ ମିଳିବ । ତାହା ହେଉଛି ୧୦୦% ଭାଲ୍ୟୁ ବ୍ୟାକ୍ ଓ ୧୫ ଦିନର ଅତିରିକ୍ତ ବୈଧତା ।

ଯେଉଁ ଗ୍ରାହକମାନେ ୫୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜ ବିକଳ୍ପ ଚୟନ କରିବେ ସେମାନଙ୍କୁ ସେଥିରେ ୩୦ ଏମବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିପି ଆପ୍ ଏବଂ ୫୫୦ରୁ ଅଧିକ ଅନ୍‌-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ । ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ଜଣକ ୪,୨୪୧ ଟଙ୍କା (୩୫୯୪ ଟଙ୍କା+ ୬୪୭ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ତାହା ଉପରେ ୪୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇବେ । ତାଙ୍କୁ ଆଜିଓର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌ମେଡସର ୧୦୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୧୫୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ । ଏହା ସହିତ ଏହି ପ୍ଲାନ୍‌ରେ ମିଳିବାକୁ ଥିବା ୬ ମାସର ବୈଧତା ସହ ଗ୍ରାହକଙ୍କୁ ଆଉ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ।

୮୯୯ ଟଙ୍କିଆ ପ୍ଲାନ୍‌ର ୬ ମାସିଆ ରିଚାର୍ଜରେ ୧୦୦ ଏମ୍ବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିଟି ଆପ୍ ଏବଂ ୫୫୦ରୁ ଅଧିକ ଅନ-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ । ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ୬,୩୬୫ ଟଙ୍କା (୫୩୯୪ ଟଙ୍କା+୯୭୧ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ୬୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇପାରିବେ । ଏଥି ସହିତ ଆଜିଓର ୨୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ନେଟମେଡ୍‌ସର ୫୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୩୦୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ । ଏହା ସହିତ ଏହି ପ୍ଲାନ୍‌ରେ ମିଳିବାକୁ ଥିବା ୬ ମାସର ବୈଧତା ସହ ଗ୍ରାହକଙ୍କୁ ଆଉ ୧୫ ଦିନର ଅତିରିକ୍ତ ବୈଧତା ମିଳିବ ।

୮୯୯ ଟଙ୍କିଆ ପ୍ଲାନ୍‌ର ୩ ମାସିଆ ରିଚାର୍ଜରେ ୧୦୦ ଏମ୍‌ବିପିଏସ୍ ସ୍ପିଡ୍‌, ୧୪ରୁ ଅଧିକ ଓଟିଟି ଆପ୍ ଏବଂ ୫୫୦ରୁ ଅଧିକ ଅନ-ଡିମାଣ୍ଡ୍ ଚ୍ୟାନେଲ୍ ମିଳିବ । ଏହି ପ୍ଲାନ୍‌ରେ ନୂଆ ଗ୍ରାହକ ୨,୬୯୭ ଟଙ୍କା (୩୧୮୨ ଟଙ୍କା+୪୮୫ ଟଙ୍କା ଜିଏସ୍‌ଟି) ଦେୟ ପ୍ରଦାନ କରି ୩୫୦୦ ଟଙ୍କା ମୂଲ୍ୟର ଭାଉଚର ପାଇପାରିବେ । ତାଙ୍କୁ ଆଜିଓର ୧୦୦୦ ଟଙ୍କା ମୂଲ୍ୟର ଭାଉଚର, ରିଲାଏନ୍ସ ଡିଜିଟାଲ୍‌ର ୫୦୦ ଟଙ୍କା ମୂଲ୍ୟର ଭାଉଚର, ନେଟ୍‌ମେଡ୍‌ସର ୫୦୦ ଟଙ୍କା ମୂଲ୍ୟର ଭାଉଚର ଏବଂ ଇକ୍ସିଗୋର ୧୫୦୦ ଟଙ୍କା ମୂଲ୍ୟର ଭାଉଚର ଭଳି ଚାରି ପ୍ରକାର ଭାଉଚର ମିଳିବ । ଏହି ପ୍ଲାନ୍‌ରେ ଅତିରିକ୍ତ ବୈଧତା ମିଳିବ ନାହିଁ । ଯେଉଁ ଗ୍ରାହକମାନେ ଏହି ପ୍ଲାନ୍‌ଗୁଡ଼ିକ ମଧ୍ୟରୁ ଯେକୌଣସି ପ୍ଲାନ୍‌କୁ କିଣିବେ ତାଙ୍କୁ ବିନା କୌଣସି ଅତିରିକ୍ତ ଚାର୍ଜରେ ୬୦୦୦ ଟଙ୍କା ମୂଲ୍ୟର ୪-କେ ଜିଓଫାଇବର ସେଟ୍ ଟପ୍ ବକ୍ସ ମିଳିବ ।

Leave a Reply

Your email address will not be published. Required fields are marked *