ଲକ୍ଷଣ ବଦଳାଉଛି କରୋନା

ଭୁବନେଶ୍ୱର: ଲକ୍ଷଣ ବଦଳାଉଛି କରୋନା। ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ଥଣ୍ଡା ଜ୍ଵର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବାର ଆବଶ୍ୟକତା ରହିଛି। ସୁନ୍ଦରଗଡ ଓ ବୁର୍ଲାରେ ସଂକ୍ରମଣକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ କିଛି ନିର୍ଦ୍ଦିଷ୍ଟ ପକେଟରେ ସଂକ୍ରମଣ ହେଉଛି। ଭିମସାର ଓ ସୁନ୍ଦରଗଡରେ ଆକ୍ରାନ୍ତ ଚିନ୍ହଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେଣ୍ଟ ମେଣ୍ଟ ଯୋନ ଘୋଷଣା କରାଯାଇଛି। ବାହାର ପିଲା ଭିତରକୁ ପ୍ରବେଶ କରିବେ ନାହିଁ। କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ। ଏଥିପାଇଁ ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି। ଚିହ୍ନଟ ବ୍ୟକ୍ତିଙ୍କଠାରେ ସିଭିୟରିଟି କମ ରହିଛି। ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ଯେହେତୁ ହଷ୍ଟେଲରେ ପିଲାମାନେ ଏକାଠି ହୋଇ ରହୁଛନ୍ତି ତେଣୁ କିଛି ଛାତ୍ର ଛାତ୍ରୀ ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ହଷ୍ଟେଲରେ ସ୍ବତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି। ୪ ରୁ ୫ ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିବ। “ବର୍ତ୍ତମାନ ବାହାରେ କୋଭିଡ ପ୍ରୋଟୋକାଲ ଲୋକମାନେ ମନୁନାହାନ୍ତି। ଯାହାକି ଆଗାମୀ ଦିନରେ ବଡ ବିପଦ ସୃଷ୍ଟି କରିପାରେ। ତେଣୁ ସମସ୍ତ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି ଆବଶ୍ୟକତାଠାରୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି,”କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ବିଭିନ୍ନ ରାଷ୍ଟ୍ରରେ କୋଭିଡ୍ ବୁଷ୍ଟର ଡୋଜକୁ ଅନୁମତି ମିଳିଛି । ଆମେରିକା ଓ ବ୍ରିଟେନ୍ ପରି ରାଷ୍ଟ୍ରମାନଙ୍କରେ ଲୋକେ ବୁଷ୍ଟର ଡୋଜ୍ ନେବା ଆରମ୍ଭ କଲେଣି। କିନ୍ତୁ ଭାରତରେ ବୁଷ୍ଟର ଡୋଜ୍ ଆରମ୍ଭ ହୋଇନାହିଁ। ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି,”ଭାରତରେ ଏଯାବତ ବୁଷ୍ଟର ଡୋଜ୍‌ର କୌଣସି ଆବଶ୍ୟକତା ଆସିନାହିଁ। କରୋନା ବିରୋଧରେ ଦେଶବ୍ୟାପୀ ଚାଲିଥିବା ଟିକାକରଣକୁ ଗୁଲେରିଆ ପ୍ରଶଂସା କରିଛନ୍ତି।। ସେ କହିଛନ୍ତି,”ଦେଶରେ ଏବେ ସଂକ୍ରମଣ ବୃଦ୍ଧି ହେଉନାହିଁ ତେଣୁ ବୁଷ୍ଟର ଡୋଜ୍‌ର କୌଣସି ଆବଶ୍ୟକତା ନାହିଁ “।

Leave a Reply

Your email address will not be published. Required fields are marked *