ସାମାଜିକ କାର୍ଯ୍ୟ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବଢିଲେ ସମାଜରେ ନିଶ୍ଚୟ ପରିବର୍ତ୍ତନ ଆସିବ – ମଲିକ୍ ଅୱେସ

ମାତ୍ର ୩ ଜଣ ଯୁବକଙ୍କ ମହତ୍ ଉଦ୍ଦେଶ୍ୟରେ ଲୋକଙ୍କ ସେବା କରିବାର ମନୋବୃତ୍ତି ନେଇ ଆରମ୍ଭ ହୋଇଥିଲା ଫିନିକ୍ସ ସେବା ଅନୁଷ୍ଠାନ। “ଲୋକଙ୍କ ସହିତ ଲୋକମାନଙ୍କ ପାଇଁ” ଉଦ୍ଦେଶ୍ୟରେ ଗଢା ହୋଇଥିବା ଏହି ସାମାଜିକ ଅନୁଷ୍ଠାନ ଆଜି ୨୦୦ରୁ ଉର୍ଦ୍ଧ୍ବ ସକ୍ରିୟ ଲୋକଙ୍କୁ ନେଇ କାର୍ଯ୍ୟରତ।
ସମାଜସେବା ପ୍ରତି ଲୋକଙ୍କ ମନରେ ଆଗ୍ରହ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶର ସୃଷ୍ଟି ଉପରେ ଅଧିକ ଗୁରୁତ୍ବ ଦିଅନ୍ତି ଯୁବ ସମାଜସେବୀ ତଥା ଫିନିକ୍ସ ସେବା ଅନୁଷ୍ଠାନର ମୁଖ୍ୟ ପ୍ରତିଷ୍ଠାତା ମଲିକ୍ ଅୱେସଙ୍କ ପରିଶ୍ରମ ଓ ନିଷ୍ଠାର ତାଳେତାଳେ ଆଗେଇ ଚାଲିଛି ଏହି ସାମାଜିକ ଅନୁଷ୍ଠାନ । ଯୁବ ସମାଜସେବୀ ମଲିକ୍ ଅୱେସ ସମାଜସେବାରେ ସ୍ନାତକୋତ୍ତର ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି। ଉଭୟ ପେଶା ଓ ନିଶା ଭାବେ ସମାଜସେବାକୁ ନିଜର ବ୍ରତ ମାନୁଥିବା ମଲିକ୍ ପିଲାଟି ଦିନରୁ ସ୍କାଉଟରୁ ଅନେକ ଶିକ୍ଷା ଗ୍ରହଣ କରିଥିଲେ ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ପ୍ରେରଣା ଯୋଗାଇଥିଲା ସମାଜରେ କିଛି ପରିବର୍ତ୍ତନ ଆଣିବା ପାଇଁ ।
ଫିନିକ୍ସ ସେବା ଅନୁଷ୍ଠାନ ବିଷୟରେ କିଛି –
ନିଆଳିରେ ଜନ୍ମିତ ମଲିକ୍ ଏବଂ ତାଙ୍କ ସାଥିଙ୍କ ଦ୍ୱାରା ଗଢା ଏହି ସାମାଜିକ ସଂସ୍ଥା ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଅଟେ। ଏହି ଅନୁଷ୍ଠାନଟିର କାର୍ଯ୍ୟାଳୟ ଭୁବନେଶ୍ୱର ସମେତ ନିଆଳି, ପୁରୀ ରାଉରକେଲା ଏବଂ ଆସାମ ରାଜ୍ୟରେ କାର୍ଯ୍ୟରତ। ପରିବେଶ ସୁରକ୍ଷା,ସ୍ବାସ୍ଥ୍ୟ, ଶିକ୍ଷା ଏବଂ ସେବା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗରେ ନିଜର ଦାୟିତ୍ଵ ବହନ କରେ ଫିନିକ୍ସ ସେବା ଅନୁଷ୍ଠାନ। ମୁଖ୍ୟତଃ ଥାଲାସେମିଆ ରୋଗରେ ପୀଡିତ ଶିଶୁଙ୍କ ଦାୟିତ୍ଵ,ମାଗଣା ସ୍ବାସ୍ଥ୍ୟ ଶିବିର, ଦୃଷ୍ଟିବାଧିତ ପିଲାଙ୍କୁ ବିଭିନ୍ନ ପରୀକ୍ଷାରେ ଲେଖକ ଯୋଗାଇବା,ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା (ଫନୀ ମହାବାତ୍ୟା),ବୃକ୍ଷରୋପଣ,ସାଂସ୍କୃତିକ ଓ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ଭଳି ଅନେକ ମହତ୍ କାର୍ଯ୍ୟନିର୍ବାହ କରିଥାଏ ଏହି ସାମାଜିକ ଅନୁଷ୍ଠାନ।
ଏହି ଅନୁଷ୍ଠାନ ମହତକାଂକ୍ଷା କୃତି ପାଇଁ ଅନେଗୁଡିଏ ପ୍ରଶଂସା ମଧ୍ୟ ସାଉଁଟିଛି।
-ରାଜ୍ୟସ୍ତରୀୟ ଲୋକକଳା ଦିବସ
-ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ
-କମିଶନରେଟ୍ ପୋଲିସ ପକ୍ଷରୁ ସମ୍ମାନ ପତ୍ର।

ତାଙ୍କ ମତରେ “ସମାଜସେବାରେ ଯେଉଁ ଆନନ୍ଦ ମିଳେ ତାହା ଆଉ କେଉଁଥିରେ ନ ଥାଏ। ସେଥିପାଇଁ କୁହାଯାଏ ମାନବ ସେବା ହିଁ ମାଧବ ସେବା। ଆମେ ଯଦି ଜଣଙ୍କୁ ସହାୟତାର ହାତ ବଢ଼ାଇବା ତେବେ ଅଭାବ ଏବଂ ଅସହାୟ ନାମକ କୌଣସି ସମସ୍ୟା ରହିବ ନାହିଁ “।
ଆଗାମୀ ଦିନରେ ନିଜ ଉଦ୍ୟମରେ ଏକ ଚିକିତ୍ସାଳୟ ଏବଂ ନିଆଳିରେ ଏକ ବୃଦ୍ଧଶ୍ରମ କରିବାର ଲକ୍ଷ୍ୟ ରଖିଛନ୍ତି ଯୁବ ସମାଜସେବୀ ମଲିକ୍ ଅୱେସ।

ପ୍ରସ୍ତୁତି – ଦେବୀ ପ୍ରସାଦ ରଥ

Leave a Reply

Your email address will not be published. Required fields are marked *