ତାମିଲନାଡୁର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ; ୧୦ ଜଣଙ୍କ ମୃତ୍ୟୁ

ତାମିଲନାଡୁର ବାଣ କାରଖାନାରେ ବିସ୍ଫୋରଣ । ବାଣ ତିଆରି ଚାଲିଥିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି । ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ବାଣ ବିସ୍ଫୋରଣ ଫଳରେ ଅନେକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଶନିବାର ତାମିଲନାଡୁର ବିରୁଧୁନଗର ଜିଲ୍ଲାର ଭେମ୍ବକୋଟ୍ଟାଇ ନିକଟ ରାମୁଥେଭାନପଟ୍ଟିରେ ଥିବା ଓ୍ବିନର୍‌ ନାମକ ଏକ ବାଣ କାରଖାନାରେ ହଠାତ୍ ବିସ୍ଫୋରଣ ଘଟିଥିଲା । ଯାହା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡିଛି ।

ଗୁରୁତର ହୋଇଥିବା ଶ୍ରମିକମାନଙ୍କୁ ଶିବକାଶୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରଖାନାଟି ବିଜୟ ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ସୂଚନା ମିଳିଛି । କିଛି ଶ୍ରମିକ ସେଠାରେ ଫସିରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ଟିମ୍ ଏବଂ ସ୍ଥାନୀୟ ଲୋକେ । ବିସ୍ଫୋରଣ ପରେ ବାଣ ତିଆରି କରାଯାଉଥିବା ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଭେମ୍ବକୋଟାଇ ଅଞ୍ଚଳର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହିତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ।

Leave a Reply

Your email address will not be published. Required fields are marked *