ବିହାରର ମୋତିହାରୀ ଇଟା ଭାଟିରେ ଭୟଙ୍କର ବିସ୍ଫୋରଣ; ୮ ଜଣଙ୍କ ମୃତ୍ୟୁ

ପାଟନା: ଇଟା ଭାଟିରେ ଭୟଙ୍କର ବିସ୍ଫୋରଣ। ଇଟା ଭାଟିର ଚିମନିରେ ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ୧୨ରୁ ଅଧିକ ଲୋକ ବିସ୍ଫୋରଣ ପରେ ଇଟା ଭାଟି ତଳେ ଦବି ରହିଥିବା କୁହାଯାଉଛି। ବିହାରର ମୋତିହାରୀରେ ଏହି ଦୁର୍ଘଟଣା ଘଟିଛି।

ବିିହାର ମୋତିହାରୀର ରାମଗଡବା ନରିଲଗିରି ଇଟା ଭାଟିରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଇଟା ଭାଟି ଭିତରେ କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ୍ ଚିମନି ଫାଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ରକ୍‌ସୌଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ପୁଲିସ ଓ ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଇଟା ଭାଟି ତଳେ ଏବେବି ୧୨ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *