ରାଷ୍ଟ୍ରବାଦ ହିଁ ଭାରତକୁ ବିଶ୍ଵଗୁରୁ କରିବାରେ ସହାୟ ହେବ : ଡ଼ଃ ବିପିନବିହାରୀ ମିଶ୍ର

ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସୁଶାସନ, ଗରିବକଲ୍ୟାଣ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଶିଷ୍ଟ ସମାଜସେବୀ, ପୂର୍ବତନ ନୌସେନା ଅଧିକାରୀ ଡ଼ ବିପିନବିହାରୀ ମିଶ୍ର ଆଜି ଭାରତୀୟ ଜନତା ଦଳରେ ସାମିଲ ହୋଇଛନ୍ତି | ସେବାନିବୃତ ନୌସେନା ଅଧିକାରୀ ତଥା ଦେଶର ଜଣାଶୁଣା ସାମାଜିକ କର୍ମୀ ଭାବେ ପରିଚିତ ଡ଼ ମିଶ୍ର ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି | ଡ଼ ବିପିନବିହାରୀ ମିଶ୍ରଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ସେବାନିବୃତ ନୌସେନା ଅଧିକାରୀଗଣ ଯଥା ଦିନବନ୍ଧୁ ଷଡଙ୍ଗୀ, ଅଶୋକ ପଟ୍ଟନାୟକ, ରମେଶ ଲେଙ୍କା ଏବଂ ସେବାନିବୃତ ବାୟୁସେନା ଅଧିକାରୀ କୃତିବାସ ମିଶ୍ର ଏବଂ ଏନ୍‌.କେ ମିଶ୍ର ମଧ୍ୟ ଆନୁଷ୍ଠାନିକଭାବେ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଜନସାଧାରଣ ଓ ରାଷ୍ଟ୍ରହିତ ପାଇଁ ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉତ୍ସର୍ଗ ତଥା ତ୍ୟାଗରେ ଅନୁପ୍ରାଣିତ ହେବା ସହ ସେବାନିବୃତ ଭେଟେରାନଙ୍କ କଲ୍ୟାଣ ପାଇଁ ଡ଼ ମିଶ୍ର ବିଜେପିରେ ଯୋଗଦେଇଥିବା କଥା କହିଛନ୍ତି |

ସେ କହିଛନ୍ତି ମୋଦି ଶାସନରେ “ସେବା, ସୁଶାସନ ଏବଂ ଗରିବକଲ୍ୟାଣ” ମାଧ୍ୟମରେ ଏକ ନବ ଭାରତ ଗଠନ କରିବା ସହ ବିକଶିତ ଭାରତ ପଥରେ ଦେଶ ଅଗ୍ରଣୀ ହୋଇଛି । ମୋଦି ଗ୍ୟାରେଂଟି ଓ ବିକଶିତ ଭାରତ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇ ରାଜ୍ୟରେ ଶାସନ ପରିବର୍ତନ କରିବାରେ ସମର୍ପିତଭାବେ କାର୍ଯ୍ୟକରିବା ସହ ପ୍ରଧାନମନ୍ତ୍ରୀଙ୍କ ଅଭିଯାନକୁ ଜନାଦୃତ କରିବା ପାଇଁ ଆଜି ମିଶ୍ରଣ ପର୍ବ ଅବସରରେ ଶପଥ ନେଇଥିଲେ ଡ଼ ବିପିନବିହାରୀ ମିଶ୍ର ।

ଏହି ମିଶ୍ରଣ ପର୍ବରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସଂପାଦକ ଶ୍ରୀମତୀ ଫୂର୍ଣ୍ଣିମା କେରକେଟା, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ଏବଂ ସେବାନିବୃତ ସାମରିକ ଅଧିକାରୀ କର୍ଣ୍ଣେଲ ବୀରେନ୍ଦ୍ର ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *