ଭୁବନେଶ୍ୱର ମହାନଗର ନିଗମର ମେୟର୍ ଭାବେ ଶପଥ ନେଲେ ନବନିର୍ବାଚିତ ସୁଲୋଚନା ଦାସ

ଭୁବନେଶ୍ୱର : ବିଏମ୍‌ସି ମେୟର ଭାବେ ଶପଥ ନେଇଛନ୍ତି ନବନିର୍ବାଚିତ ସୁଲୋଚନା ଦାସ। ବିଏମ୍‌ସି କନଫରେନ୍ସ ହଲ୍‌ରେ ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏଥିସହ ୬୭ ଜଣ ନିର୍ବାଚିତ କର୍ପୋରେଟରଙ୍କ ଶପଥ ନେଇଛନ୍ତି। ପୌର ପ୍ରଶାସକ ସଂଗ୍ରାମ ଜିତ୍ ନାୟକ ସମସ୍ତ କର୍ପୋରେଟରଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି।

ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ପାଇଁ ନିର୍ବାଚନ ହେବ। ସକାଳ ୧୦ଟାରୁ ୧୧ଟା ଯାଏ ଡେପୁଟି ମେୟର ଲାଗି ନାମାଙ୍କନ ଦାଖଲ ହେବ। ୧୧ଟାରୁ ୧୨ଟା ଯାଏ ନାମାଙ୍କନ ପତ୍ର ଯାଞ୍ଚ ହେବ। ଦିନ ଗୋଟାଏ ସୁଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ। ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ ଦିନ ସାଢେ ଗୋଟାଏରୁ ସାଢେ ୩ଟା ଯାଏ ଭୋଟ ନିଆଯିବ।

ତେବେ କିଏ ହେବ ବିଜେଡିର ମେୟର ପ୍ରାର୍ଥୀ ହେବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମେୟର ଭାବେ ସୁଲୋଚନା ଦାସ ନିର୍ବାଚିତ ହେବା ପରେ ଡେପୁଟି ମେୟର ଭାବେ ସଂଖ୍ୟାଲଘୁ ଓ ଅନୁସୂଚିତ ଜନଜାତି ବର୍ଗର ପୁରୁଷ ଚେହେରାଙ୍କୁ ସୁଯୋଗ ମିଳିପାରେ। କଟକ ଭଳି ବସ୍ତିରୁ ନିର୍ବାଚିତ କର୍ପୋରେଟରଙ୍କୁ ମିଳିପାରେ ସୁଯୋଗ। ଡେପୁଟି ମେୟର ରେସରେ ଅନେକ ପ୍ରାର୍ଥୀ ଅଛନ୍ତି। ଭୁବନେଶ୍ୱର ପଲିଟିକାଲ ହଟସ୍ପଷ୍ଟ ହୋଇଥିବାରୁ ଜଣେ ପୁରୁଖା କର୍ପୋରଟରଙ୍କୁ ମଧ୍ୟ ଏହି ପଦଲାଗି ଚୟନ କରାଯାଇପାରେ।

Leave a Reply

Your email address will not be published. Required fields are marked *