ବିଶ୍ୱ ଫଟୋଗ୍ରାଫି ଦିବସରେ ରାଜଧାନୀରେ ଫଟୋ ପ୍ରଦର୍ଶନୀ

ଭୁବନେଶ୍ୱର : ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଘାଟିତ ହୋଇ ଯାଇଛି | ସ୍ଥାନୀୟ ଜୟଦେବ ଭବନ ପରିସରରେ NBN ସୂତ୍ରଧର (ନୂତନ ଭବିଷ୍ୟତ ନିର୍ମାଣର ସୂତ୍ରଧର ) ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଫଟୋ ପ୍ରଦର୍ଶନୀକୁ ସମ୍ବାଦ ଗ୍ରୁପର ସମ୍ପାଦକ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ | ସମ୍ମାନୀତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାୟ , ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବମ୍ବେ ଓଡ଼ିଆ ମହାସଂଘର ସଭାପତି ଡ଼. ବିପିନିବିହାରୀ ମିଶ୍ର , ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଉପସ୍ଥିତ ଥିଲେ | ଫଟୋଗ୍ରାଫିରେ ରୁଚି ରଖୁଥିବା ନୂତନ ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ହୋଇ ଆସୁଥିବା ଏହି ପ୍ରଦର୍ଶନୀରେ କିଛି ସୃଜନଶୀଳ ଯୁବ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା |

ଶ୍ରେଷ୍ଠ ତିନିଜଣ ଫଟୋଗ୍ରାଫର ଭାବେ ଅଜିତ ପାଢ଼ୀ, ବୈଦ୍ୟନାଥ ନାୟକ ଓ ସତ୍ୟଜିତ ଦାସଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା | ସେହିଭଳି ଆଉ ତିନିଜଣ ଫଟୋଗ୍ରାଫର ସନ୍ଦୀପ ପ୍ରିୟଦର୍ଶୀ, କଳ୍ପନା ରଥ ଓ ଆଶୁତୋଷ ପାଢ଼ୀଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ (special mention) ପାଇଁ ସମ୍ବର୍ଦ୍ଧିତ କରାଯାଇଛି |

Leave a Reply

Your email address will not be published. Required fields are marked *