ମହିଷାସୁର ରୂପରେ ମୋଦିଙ୍କୁ ଦୁର୍ଗା ରୂପରେ ତ୍ରିଶୁଳ ମାରିଲେ ମମତା

ମଦନପୁର : ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଗୋଟିଏ ପୋଷ୍ଟର। ଏହି ପୋଷ୍ଟର୍‌ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମା’ ଦୁର୍ଗାଙ୍କ ଅବତାରରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଜିଛନ୍ତି ମହିଷାସୁର। ଗୋଟିଏ ତ୍ରିଶୁଳରେ ମମତା ଦୁର୍ଗା ରୂପରେ ମହିଷାସୁର ମୋଦିଙ୍କୁ ଆକ୍ରମଣ ମଧ୍ୟ କରୁଛନ୍ତି।

ଏହି ପୋଷ୍ଟର ଭାଇରାଲ ହେବାରେ ପରେ ପଶ୍ଚିମବଙ୍ଗରେ ବିବାଦ ଦେଖିବାକୁ ମିଳିଛି। ବିଜେପି ନେତାମାନେ ଏପରି ପୋଷ୍ଟର ପ୍ରଧାନମନ୍ତ୍ରୀ ଓ ସନାତନ ଧର୍ମ ପ୍ରତି ଅପମାନ ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି ମଧ୍ୟ କହିଛି।

ପଶ୍ଚିମବଙ୍ଗର ମଦନପୁରରେ ଏପରି ଏକ ବିବାଦୀୟ ପୋଷ୍ଟର ମରାଯାଇଛି। ଜିଲ୍ଲାର ୧ ନଂ ୱାର୍ଡରୁ ପ୍ରାର୍ଥୀ ହୋଇଥିବା ଟିଏମସି ନେତା ଅନିମା ସାହାଙ୍କ ମଧ୍ୟ ପୋଷ୍ଟରେ ରହିଛି। ପୋଷ୍ଟରରେ ମମତା ବାନାର୍ଜୀ ମା’ ଦୁର୍ଗାଙ୍କ ରୂପରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ରାକ୍ଷାସ ଭୂମିକାରେ ଅବତାରଣା କରାଯାଇଛି।

ପୋଷ୍ଟରରେ ବିରୋଧୀ ଦଳଗୁଡ଼ିକୁ ଛେଳି ଭାବେ ଦର୍ଶାଯାଇଛି। ଏଥିରେ କୁହାଯାଇଛି “ଯଦି କେହି ସେମାନଙ୍କୁ(ବିରୋଧୀ) ଭୋଟ ଦେବେ, ତା’ହେଲେ ସେମାନେ ବଳି ପଡ଼ିବେ।” ଏଥିପାଇଁ ହିଁ ବିରୋଧୀଙ୍କୁ ଟିଏମସି ପ୍ରାର୍ଥୀ ଛେଳି ଭାବେ ଦର୍ଶାଇଛନ୍ତି।

ପୋଷ୍ଟରକୁ ନେଇ ମଦନପୁରରେ ବିବାଦ ଦେଖାଯାଇଛି। ସ୍ଥାନୀୟ ବିଜେପି ନେତା ବିପୁଳ ଆଚାର୍ଯ୍ୟ କହିଛନ୍ତି, ଏପରି ପୋଷ୍ଟର ସନାତନ ଧର୍ମ ପ୍ରତି ଅପମାନ। ଏହା ଆମ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ମଧ୍ୟ ଅପମାନିତ କରିଛି। ନିର୍ବାଚନ କମିଶନ ନିକଟରେ ବିଜେପି ଏନେଇ ଅଭିଯୋଗ କରିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ୱାର୍ଡ ନମ୍ବର ୧ର ପ୍ରାର୍ଥୀ ଅନିମା ସାହା ପୋଷ୍ଟର ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି। ଏଥିସହ ପୋଷ୍ଟରେ ଉଲ୍ଲେଖ ଥିବା ବିଷୟବସ୍ତୁ ସହ ତାଙ୍କର ସମ୍ପର୍କ ନଥିବା ମଧ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *