ଅପରାଧିକ ମାମଲାରେ ମିଆଁମାରର ନୋବେଲ ବିଜେତା ଅଙ୍ଗ୍ ସାନ୍ ସୁ କି’ଙ୍କୁ ୪ବର୍ଷ ଜେଲ ଦଣ୍ଡ

ମିଆଁମାର ର ନୋବେଲ ପୁରସ୍କାର ବିଜେତା ବିତାଡ଼ିତା ନେତ୍ରୀ ଅଙ୍ଗ ସାନ ସୁ କିଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ । ମିଆଁମାର କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ଫେବ୍ରୁଆରୀ ୧ ତାରିଖରେ ହୋଇଥିବା ସାମରିକ ବିଦ୍ରୋହପାଇଁ ନୋବେଲ୍ ପୁରସ୍କାର ବିଜୟିନୀ ସୁ କି’ଙ୍କୁ ବିତାଡ଼ିତ କରାଯାଇଥିଲା। ପରେ ମିଆଁମାରରେ ଆରମ୍ଭ ହୋଇଥିବା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅବସାନ ଘଟିଥିଲା।
ସୂଚନାନୁସାରେ ୭୬ ବର୍ଷୀୟ ଏହି ନାରୀ ନେତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ମାମଲାଗୁଡ଼ିକ ହେଉଛି ବେଆଇନ ଭାବେ ବିଦେଶରୁ ୱାକି-ଟକି ମଗାଇ ପାଖରେ ରଖିବା , କରୋନା ଭାଇରସ୍ ନିୟମ ଭାଙ୍ଗିବା ଏବଂ ସରକାରୀ ଗୁପ୍ତଚର ବୃତି ଉଲ୍ଲଂଘନ, ଦୁର୍ନୀତି ଏବଂ ନିର୍ବାଚନୀ ଜାଲିଆତି I ତେବେ ଏହି ସମସ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଦଶନ୍ଧି ଧରି ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଜଣାପଡିଛି। ତେବେ ଏହି ସମାନ ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ୱିନ ମାଇଣ୍ଟ ମଧ୍ୟ ଚାରି ବର୍ଷ ଜେଲରେ ଥିବା ଜଣା ପଡିଛି। ବିଦ୍ରୋହ ଦିନ ତାଙ୍କ ଘର ଚଢ଼ାଉ କରିବା ବେଳେ ସୈନିକମାନେ ଉକ୍ତ ଚୋରା ୱାକି-ଟକି ଜବତ କରିଥିଲେ। ସେହିଭଳି ପ୍ରଚାର ଅଭିଯାନ ବେଳେ କୋଭିଡ୍-୧୯ ନିୟମ ଭଙ୍ଗ କରିଥିବାରୁ ଗତ ଡିସେମ୍ବର ମାସରେ ସୁ କି’ଙ୍କୁ ସାମରିକ ଅଦାଲତ ୪ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲା।

Leave a Reply

Your email address will not be published. Required fields are marked *