ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମରେ ଓଡ଼ିଆ ପୁଅ |

ଭୁବନେଶ୍ୱର : ବାଂଲାଦେଶ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ୧୪ ଜଣିଆ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମର ଘୋଷଣା କରାଯାଇଛି। ଭାରତୀୟ ଟି-୨୦ ଟିମରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ନକୁଳ ବଡ଼ନାୟକଙ୍କୁ ସାମିଲ କରାଯାଇଛି। ଟିମର କ୍ୟାପଟେନ୍ ଭାବେ ସୁନୀଲ ରମେଶ ଓ ଭାଇସ୍ କ୍ୟାପଟେନ୍ ଭାବେ ଦୀପକ ମଲିକଙ୍କୁ ରଖାଯାଇଛି। ଉଭୟ ସୁନୀଲ ଓ ଦୀପକ ଦିନିକିଆ ଓ ଟି-୨୦ ସିରିଜରେ ଖେଳିବେ।

ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ଟି-୨୦ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୨୪ ତାରିଖରେ ଖେଳାଯିବାକୁଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୨୫ ଏବଂ ତୃତୀୟ ମ୍ୟାଚ୍ ୨୬ ତାରିଖରେ ଅନୁଷ୍ଠିତ ହେବ। ସେହିପରି ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଯଥାକ୍ରମେ ଡିସେମ୍ବର ୨୭, ୨୮ ଓ ୨୯ ତାରିଖରେ ଖେଳାଯିବ। ସବୁଯାକ ମ୍ୟାଚ୍ ମଧ୍ୟ ପ୍ରଦେଶ ଭୋପାଳର ଫେଥ୍ କ୍ରିକେଟ୍ କ୍ଲବରେ ଅନୁଷ୍ଠିତ ହେବ।

ବି-୧ କ୍ୟାଟେଗୋରୀ- କଳ୍ପେଶ ନିମ୍ବଦକର, ଲଲିତ ମୀନା, ଏ ଭେଙ୍କଟେଶ୍ୱର ରାଓ, ଓମ୍ ପ୍ରକାଶ, ପ୍ରବୀଣ କୁମାର ଶର୍ମା; ବି-୨ କ୍ୟାଟେଗୋରୀ- ଡି. ଭେଙ୍କଟେଶ୍ୱର ରାଓ, ଏ ମୀନାଶ, ଇରଫାନ୍ ଦିୱାନ୍, ନକୁଳ ବଡ଼ନାୟକ; ବି-୩ କ୍ୟାଟେଗୋରୀ- ଦୀପକ ମଲିକ (ଭାଇଦ୍ କ୍ୟାପଟେନ୍), ପ୍ରକାଶ ଜୟରମେୟା, ସୁନୀଲ ରମେଶ (କ୍ୟାପଟେନ୍), ଦୁର୍ଗା ରାଓ, ବିଜୟ କୁମାର।

Leave a Reply

Your email address will not be published. Required fields are marked *