ପୁଣି ବଢିବ ଶୀତ , ଥରିବ ଓଡିଶା

ଭୁବନେଶ୍ୱର : ପୁଣି ଶୀତରେ ଥରିବ ଓଡିଶା। ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ବଢିବ ଶୀତ। ଆଗାମୀ ୨ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ଖସିବ। ୨୬ ତାରିଖ ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏନେଇ ଭୁବନେଶ୍ୱର ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ରାତି ଓ କାଲି ସକାଳ ପାଇଁ ଘନ କୁହୁଡି ନେଇ ୮ ଜିଲା ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝରକୁ ସତର୍କ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *