ବିଶ୍ଵ ଶାନ୍ତିର ବାର୍ତା ଦେଉଛି ଅହମଦିଆ ମୁସଲିମ ବୁକ୍ ଷ୍ଟଲ

ଭୁବନେଶ୍ୱର : ‘ଇଶ୍ଵରଙ୍କୁ ପାଇବା ହିଁ ପରମ ଶାନ୍ତି’ ପ୍ରଥମେ ନିଜେ ଶାନ୍ତି ରେ ରହିଲେ ଅନ୍ୟ ମାନଙ୍କୁ ମଧ୍ୟ ଶାନ୍ତି ରେ ରଖିହେବ , ଇସଲାମ ମାନେ ଶାନ୍ତି ଅଟେ; ଏହିପରି କିଛି ମନ୍ତବ୍ୟ ଦେଇ ବିଶ୍ୱ କୁ ଶାନ୍ତିର ପଥରେ ଯିବାର ବାର୍ତ୍ତା ଦେଇଛନ୍ତି ଚତୁର୍ଥ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ବ୍ଲକ ଡି୨ ଷ୍ଟଲ ନଂ ୭ , ଅହମଦିଆ ମୁସଲିମ ବୁକ୍ ଷ୍ଟଲ ର ମୋୖଲାନା ଫଜଲ୍ ହକ୍ ଖାନ୍ । ସେ ଶାନ୍ତି ପ୍ରତିଷ୍ଠା ଦିଗରେ ବିଶ୍ୱ ଶାନ୍ତିଦୂତ ଙ୍କ ନିରୂପିତ ୧୦ ଗୋଟି ନିତି ବାଣୀ ବର୍ଣନା କରିଥିଲେ।
ଏହି ଷ୍ଟଲ ରେ ୩୦ ଗୋଟି ଭାଷାରେ ପ୍ରଦର୍ଶିତ ହେଉଛି ପବିତ୍ର ଗ୍ରନ୍ଥ ‘ କୁରାନ’ , ଯାହା କି ଅନ୍ୟ ସମସ୍ତ ଷ୍ଟଲ ଠାରୁ ଏହାକୁ ଭିନ୍ନ କରୁଅଛି।
ଏହି ଷ୍ଟଲ ର ଅନ୍ୟ ଏକ ବିଶେଷତ୍ଵ ହେଉଛି ଏଠାରେ ପ୍ରଦର୍ଶିତ ଏକ ପୁସ୍ତକ ‘ ମସିହ ହିନ୍ଦୁସ୍ଥାନ ମେ’ । ଯେଉଁଥିରେ ଏହି ତଥ୍ୟ ଦିଆଯାଇଛି ଯେ ‘ କାଶ୍ମୀର ରେ ଅଛି ଭଗବାନ ଜିଜସ ଙ୍କ ସମାଧି ‘ ଯାହାକୁ ପ୍ରମାଣିତ କରିଛନ୍ତି ଅହମଦିଆ ମୁସଲିମ ସମ୍ପ୍ରଦାୟ।

ରିପୋର୍ଟ : ସତ୍ୟବ୍ରତ ପାତ୍ର

Leave a Reply

Your email address will not be published. Required fields are marked *