ଅପରେସନ୍‌ ‘ଅଜୟ’ ଦ୍ୱାରା ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧଭୂମିରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ବର : ଏସ୍ରାଏଲ୍‌ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ଥିବା ବେଳେ ଭାରତ ସରକାରଙ୍କ ଅପରେସନ୍‌ ‘ଅଜୟ’ ବଳରେ ଭାରତୀୟମାନେ ସ୍ବଦେଶ ଫେରିଛନ୍ତି। ଏମାନଙ୍କର ଭିତରେ ଓଡ଼ିଆ ଛାତ୍ରଛାତ୍ରୀମାନେ ମଧ୍ୟ ଅଛନ୍ତି। ଅପରେସନ ଅଜୟ ଜରିଆରେ ପ୍ରଥମ ପର୍ଯ୍ୟାୟରେ ଏମାନେ ସବୁ ଶୁକ୍ରବାର ସକାଳୁ ସକାଳୁ ପଂହଚିଛନ୍ତି । ଆଉ ଏମାନଙ୍କ ମଧ୍ୟରେ ରହିଛନ୍ତି ୯ ଓଡିଆ। ବିମଳେନ୍ଦୁ ମହାପାତ୍ର, ଭୂପେଶ ମେହେର, ନୀଳକଣ୍ଠ ମେହେର, ସୁବ୍ରତ ମେହେର, ଆୟୁଷ ମେହେର, ବରୁଣ ବାରିକ, ଜିତେନ କୁମାର ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଆସିଛନ୍ତି। ଦିଲ୍ଲୀରୁ ବିମାନ ଜରିଆରେ କିଛି ଭୁବନେଶ୍ୱର ଫେରିଛନ୍ତି। ଏମାନଙ୍କ ମଧ୍ୟରେ କିଏ ଚାକିରି ପାଇଁ ଯାଇଥିଲେ ତ ଆଉ କିଏ ପିଏଚଡି କରିବାକୁ ଯାଇଥିଲେ। ସୋନପୁରର ଭୂପେଶ ମେହେର କନକ ନ୍ୟୁଜ ସହ ନିଜର ଅନୁଭୂତି ବଖାଣିବା ବେଳେ ଅନେକ କିଛି ଅକୁହା କଥା କହିଛନ୍ତି, ଯାହା ସମସ୍ତଙ୍କ ନିଦ ହଜାଇ ଦେବ ।

ପ୍ରାୟ ୧୮ ହଜାର ଭାରତୀୟ ଇସ୍ରାଏଲରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇଟି ଚାକିରି ଏବଂ ଛାତ୍ର ଅଟନ୍ତି। ଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ମୋଦୀ ସରକାର ‘ଅପରେସନ୍ ଅଜୟ୍’ ଆରମ୍ଭ କରିଛନ୍ତି । ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର ପାଇଁ ଭାରତୀୟ ଦୂତାବାସ ତଥ୍ୟ ପ୍ରସ୍ତୁତ କରୁଛି। ଭାରତୀୟ ଯାତ୍ରୀମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ମୋଦୀ ସରକାର ଖର୍ଚ୍ଚ ବହନ କରୁଛନ୍ତି। ଇସ୍ରାଏଲରୁ ପ୍ରଥମ ବିମାନ ନୂଆଦିଲ୍ଲୀରେ ପହଂଚିବା ପରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱଦେଶ ଫେରନ୍ତାଙ୍କୁ ସ୍ୱାଗତ କରିଥିଲେ। ଯୁଦ୍ଧପରଠୁ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହଠାତ୍ ଆକ୍ରମଣ ପରେ ଏୟାର ଇଣ୍ଡିଆ ସେଠାକୁ ଯାଉଥିବା ସମସ୍ତ ବିମାନକୁ ବାତିଲ କରିଦେଇଛି। ଏଭଳି ପରିସ୍ଥିତିରେ ଇସ୍ରାଏଲରେ ଫସି ରହିଥିବା ଲୋକମାନଙ୍କର ଭାରତ ଫେରିବାର କୌଣସି ମାଧ୍ୟମ ନଥିଲା। କିନ୍ତୁ ଏବେ ଅପରେସନ୍ ଅଜୟ ଅଧୀନରେ ଭାରତୀୟମାନଙ୍କୁ ଘରକୁ ଆଣିବା ପାଇଁ ଭାରତ ଏକ ଅଭିଯାନ ଆରମ୍ଭ କରିଛି। ଆଉ ଏବେ ଇସ୍ରାଏଲ ରାଜଧାନୀରେ ଥିବା ଦୂତାବାସ ଆଗରେ ଭାରତ ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲମ୍ବା ଧାଡି ରହିଛି।

ଯୁଦ୍ଧର ଷଷ୍ଠ ଦିନରେ ଇସ୍ରାଏଲ୍ ସେନା କହିଛି ଯେ ୨୨୨ ଇସ୍ରାଏଲ୍ ସୈନିକଙ୍କ ସମେତ ୧୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ୧୯୭୩ ମସିହାରେ ଇଜିପ୍ଟ ଏବଂ ସିରିଆ ସହିତ ସପ୍ତାହେ ଧରି ଚାଲିଥିବା ଯୁଦ୍ଧ ପରଠାରୁ ଏତେ ସଂଖ୍ୟକ ମୃତ୍ୟୁ ଦେଖିବାକୁ ମିଳି ନଥିଲା। ସେଠାରେ ଥିବା ଅଧିକାରୀଙ୍କ କହିବାନୁସାରେ, ହମାସ୍ ଶାସିତ ଗାଜା ଅଂଚଳରେ ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ ୧,୪୧୭ ଜଣ ପ୍ରାଣ ହରାଇଛନ୍ତି।

Leave a Reply

Your email address will not be published. Required fields are marked *