ରାଜ୍ୟରେ ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ ଦାବି କଲା ଓଡ଼ିଶା ବ୍ରାହ୍ମଣ ମହାସଂଘ

ଭୁବନେଶ୍ୱର : ଆଜି ଓଡ଼ିଶା ବ୍ରାହ୍ମଣ ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ସମ୍ମିଳନୀରେ ଓଡ଼ିଶା ବ୍ରାହ୍ମଣ ମହାସଂଘର ବିଭିନ୍ନ ଦାବି ଯଥା ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ , ପୁରୀ ଠାରେ ବ୍ରାହ୍ମଣ ସଦନ ନିର୍ମାଣ ପ୍ରତ୍ୟକ ଜିଲ୍ଲାରେ ବେଦ କର୍ମକାଣ୍ଡ ବିଦ୍ୟାଳୟ ସ୍ଥାପନ, କର୍ମକାଣ୍ଡ ପାଠ୍ୟକର୍ମକୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସ୍ୱିକୃତି ପ୍ରଦାନ ଓ ଅବହେଳିତ ମନ୍ଦିର ପୂଜକ ମାନଙ୍କ ଜୀବିକା ନିର୍ବାହ ସକାଶେ ସ୍ଥାୟୀ ବ୍ୟବସ୍ତା ଇତ୍ୟାଦି ଦାବି ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା | ବିଶେଷତଃ ଅନ୍ୟ ପଡ଼ୋଶି ରାଜ୍ୟରେ ଆଗରୁ ଗଠିତ ହୋଇ ବ୍ରାହ୍ମଣ କଲ୍ୟାଣ ନିଗମ ଜରିଆରେ ବ୍ରାହ୍ମଣ ମାନଙ୍କୁ ବିଭିନ୍ନ ସମସ୍ୟା ସମାଧାନ ହେଉଥିବାବେଳେ , ଓଡ଼ିଶା ପ୍ରଦେଶ ଅନ୍ୟ କାର୍ଯ୍ୟକ୍ରମରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ ସକାଶେ ଆଜିଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ | ଯଦିଓ ବିଗତ ପାଞ୍ଚ ବର୍ଷ ଧରି ଓଡ଼ିଶା ବ୍ରାହ୍ମଣ ମହାସଂଘ ସିଧା ସଳଖ ଏବଂ ପ୍ରତ୍ୟକ ଜିଲ୍ଲା ଓ ସେଠାକାର ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବି ପତ୍ର ମାନ ପ୍ରଦାନ କରିଛନ୍ତି କିନ୍ତୁ ସରକାରଙ୍କ ନିକଟରୁ ସେପରି କୌଣସି ପଦକ୍ଷେପ ନିଆଯାଇନାହିଁ | ଏପରିକି ବ୍ରାହ୍ମଣ ଇଣ୍ଟରନ୍ୟାସନାଲ ଏବଂ ଓଡ଼ିଶା ବ୍ରାହ୍ମଣ ମହାସଂଘ ଦ୍ୱାରା ମୁଖ୍ୟ ମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରାଯାଇଅଛି | ଆଜି ଏହି ସାମ୍ବାଦିକ ସମ୍ମିଳନୀ ସହ ଏନେଇ ଆୟୋଜିତ ଏକ ସଭାରେ ସର୍ବଭାରତୀୟ ବ୍ରାହ୍ମଣ ମହାସଂଘର ସଭପତି ଡ଼. ବିପିନି ବିହାରୀ ମିଶ୍ର, ଡ଼. ସଦାନନ୍ଦ ଦିକ୍ଷୀତ , ସାଧାରଣ ସମ୍ପାଦକ ଇଂ ଜଗନ୍ନାଥ ପାଢ଼ି କାର୍ଯ୍ୟକାରୀ ସମ୍ପାଦକ ରାମ ପ୍ରସାଦ ଦାଶ , କୋଷାଧକ୍ଷ ରମେଶ ଚନ୍ଦ୍ର ମହାପାତ୍ର , ବଣେଶ୍ୱର ଦାଶ ଉପସଭାପତି ଶ୍ରୀ ପ୍ରମୋଦ କୁମାର ମିଶ୍ର ସଭାପତି କଟକ ଜିଲ୍ଲା , ଶ୍ରୀ ନରସିଂହ ମହାପାତ୍ର ସମ୍ପାଦକ କଟକ ଜିଲ୍ଲା ,ଶ୍ରୀ ମୁରଲିଧର ହୋତା କଟକ ଜିଲ୍ଲା , ଶ୍ରୀ ବ୍ରହ୍ମାନନ୍ଦ ପାଣିଗ୍ରାହୀ , ଫୁଲବାଣୀ ଶ୍ରୀ ଦିଗାମ୍ବର ମହାପାତ୍ର , ଫୁଲବାଣୀ ଡ଼. ପ୍ରଭାକର ପଣ୍ଡା କଟକ ଜିଲ୍ଲା ଶ୍ରୀ ଜଗଦାନନ୍ଦ ତ୍ରିପାଠୀ କଟକ ଜିଲ୍ଲା ଶ୍ରୀ ସନ୍ତୋଷ କୁମାର ପଣ୍ଡା ସମ୍ପାଦକ ଯୁବବାହିନୀ ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ସଭାରେ ଅଂଶଗ୍ରହଣ କରିଥିଲେ | ଶ୍ରୀ ମଧୁସୂଦନ ରଥ , ପୁରୀ ଏବଂ ଶ୍ରୀ ଦୟାନିଧି ପଣ୍ଡା ପୁରୀ ଉପସ୍ଥିତ ରହି ସଭାରେ ଅଂଶଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *