ଓଡ଼ିଶାର ପ୍ରଥମ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌କୁ ICMRର ଅନୁମତି

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ (IMCOV-AG)କୁ ମିଳିଲା ICMRର ଅନୁମୋଦନ। ଏହି ଟେଷ୍ଟିଂ କିଟ୍‌ର ବିକାଶ କରିଛି ଭୁବନେଶ୍ୱର ଭିତ୍ତିକ ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌। ଏଥିଲାଗି ସବୁ ପ୍ରକାର ଇଣ୍ଟେଲେକଚୁଆଲ୍‌ ସହାୟତା ଯୋଗାଇଛି ଆରଏମ୍ଆର୍‌ସି ଭୁବନେଶ୍ୱର। IMCOV-AG ବିକାଶ ଲାଗି ଖର୍ଚ୍ଚ ହୋଇଛି ଏକ କୋଟି ଟଙ୍କା। ୨୦୨୦ ଜୁନ୍‌ ପରଠାରୁ ଏହା ଉପରେ ଗବେଷଣା ଚାଲିଥିଲା। ଏହି କିଟ୍‌ ଦୁଇ ମାସ ମଧ୍ୟରେ ବଜାରକୁ ଆସିବ। ଏନେଇ ସୂଚନା ଦେଇଛନ୍ତି ଇମ୍‌ଜେନେକ୍ସ ଇଣ୍ଡିଆ ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ସୁଜୟ ସିଂହ।

Leave a Reply

Your email address will not be published. Required fields are marked *