ଓଡ଼ିଶାରେ କୋଭିଡର ଓମିକ୍ରନ୍ ଭାରିଏଣ୍ଟ BF.7 ଚିହ୍ନଟ : ଗୁଜରାଟରେ ଦୁଇଜଣ ଓ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ମହାମାରୀ କୋଭିଡ୍‌ର ନୂଆ ଭେରିଏଣ୍ଟ ଆସିଲା। ଏହି ଭେରିଏଣ୍ଟ ଓଡ଼ିଶାରେ ଚିହ୍ନଟ ହୋଇଛି! ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ଏହାପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ କୋଭିଡ୍‌ର ଓମିକ୍ରନ୍‌ ଭାରିଏଣ୍ଟ BF.7 ଓଡ଼ିଶାରେ ଚିହ୍ନଟ ହୋଇଛି। ଓଡ଼ିଶା ପରି ଗୁଜରାଜଟ୍‌ରେ ମଧ୍ୟ ଚିହ୍ନଟ ହୋଇଛି। ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗୁଜରାଟରେ ୨ ଜଣ ହୋଇଛନ୍ତି। ରିପୋର୍ଟ ଅନୁସାରେ ନୂଆ ଭାରିଏଣ୍ଟ ଅକ୍ଟୋବରରେ ଚିହ୍ନଟ ହୋଇଥିଲା। ସଂପ୍ରତି BF.7 ଭାରିଏଣ୍ଟ ଚୀନ୍‌ରେ ଆତଙ୍କ ସୃଷ୍ଟି କରିଛି।

ବିଦେଶରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପରେ ଭାରତ ସରକାର ତତ୍ପର ହୋଇଛନ୍ତି। ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସାମ୍ପଲ ଟେଷ୍ଟ ଆରମ୍ଭ ହୋଇଛି। ଆଜିଠାରୁ ସାମ୍ପଲ ଟେଷ୍ଟ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସେପଟେ ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ନୂଆ ଭେରିଏଣ୍ଟ ଉପରେ ଆଲୋଚନା କରିଥିଲେ।

ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, କୋଭିଡ୍‌ ଯାଇନି। ଆଲର୍ଟ ରହିବାକୁ ପଡ଼ିବ। ସର୍ଭେଲାନ୍ସ ସୁଦୃଢ଼ ସହ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। କୋଭିଡ୍‌ ଟିକା ନେଇଯିବାକୁ ଲୋକଙ୍କୁ ଅପିଲ୍‌ କଲେ ମାଣ୍ଡଭୀୟ।

ଗଣମାଧ୍ୟମ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଚୀନ୍‌ରେ ହୁ ହୁ ହୋଇ ବଢ଼ୁଛି। ପ୍ରତିଦିନ ହଜାର ହଜାର ଲୋକ କୋଭିଡ୍‌ର ନୂଆ ଭେରିଏଣ୍ଟରେ ଆକ୍ରାନ୍ତ ହେଉଛନ୍ତି। ଯେଉଁଥିପାଇଁ ସେଠାରେ ଅସମ୍ଭାଳ ସ୍ଥିତି ଉପୁଜିଛି। କୋଭିଡ୍‌ ପ୍ରତିଶେଧକ ଭାବେ ଚୀନ୍‌ରେ ଦିଆଯାଇଥିବା ଟିକା କାମ ଦେଉନଥିବା ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ନୂଆ ଭେରିଏଣ୍ଟ ଚିହ୍ନଟ ନେଇ ଓଡ଼ିଶା ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *