ଓଲଟିଲା ଛାତ୍ରଛାତ୍ରୀଙ୍କୁ ନେଇଯାଉଥିବା ଦୁଇଟି ସ୍କୁଲ ବସ୍ ; ୧୦ ମୃତ୍ୟୁ ଓ ଅନେକ ଆହତ

ଇମ୍ଫାଲ: ଛାତ୍ରଛାତ୍ରୀଙ୍କୁ ନେଇଯାଉଥିବା ଦୁଇଟି ସ୍କୁଲ ବସ୍ ଓଲଟି ପଡିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି । ମଣିପୁରର ନୋନି ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା ।

ଦୁଇଟି ବସ୍‌ରେ ଷ୍ଟଡି ଟୁର୍ ପାଇଁ ଛାତ୍ରଛାତ୍ରୀ ଯାଉଥିଲେ । ତେବେ ପାହାଡିଆ ଜିଲ୍ଲାର ଲୋଙ୍ଗସାଇ ଅଞ୍ଚଳରେ ହଠାତ୍ ବସ୍ ଦୁଇଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ୧୦ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଇମ୍ଫାଲ ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *