ଶ୍ରୀନଗରର କୁଲଗାମରେ ପାକିସ୍ତାନି ଆତଙ୍କବାଦୀ ନିହତ; ଜଣେ ପୁଲିସ କର୍ମଚାରୀ ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମରେ ଭାରତୀୟ ସୁରକ୍ଷା ବାହିନୀ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ମୃତ ଆତଙ୍କିର ନାମ ବାବର ଏବଂ ପାକିିସ୍ତାନ ନାଗରିକ ବୋଲି ଜଣାଯାଇଛି । ବାବର ଜୈଶ ଇ ମହମ୍ମଦ ଆତଙ୍କବାଦୀ ସଂଗଠନ ସହିତ ସଂପୃକ୍ତ ରହିଥିଲା । ୨୦୧୮ରୁ ସେ ଜମ୍ମୁ କାଶ୍ମୀରର ଶୋପିଆନ ଏବଂ କୁଲଗାମ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ମୃତ ଆତଙ୍କି ନିକଟରୁ ଗୋଟିଏ ଏକେ ରାଇଫଲ, ଗୋଟିଏ ପିସ୍ତଲ, ଦୁଇଟି ଗ୍ରେନେଡ ଆଦି ଜବତ କରାଯାଇଥିବା କାଶ୍ମୀର ଆରକ୍ଷୀ ମହାନିରୀକ୍ଷକ ବିଜୟ କୁମାର ସୂଚନା ଦେଇଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ରୋହିତ ଛିବ ସହିଦ ହୋଇଛନ୍ତି । ଏହି ଆକ୍ରମଣ ଓ ପାଲଟା ଆକ୍ରମଣରେ ଭାରତୀୟ ସୁରକ୍ଷା ବାହିନୀର ତିନିଜଣ ଯବାନ ମଧ୍ୟ ହୋଇଛନ୍ତି । ଜଣାଯାଇଛି ଯେ ବୁଧବାର ସଂଧ୍ୟାରେ କୁଲଗାମର ପରିୱାନ ଅଞ୍ଚଳରେ ସୁରକ୍ଷା ବାହିନୀ ଯବାନ ଓ ଜମ୍ମୁ କାଶ୍ମୀର ପୁଲିସର ଏକ ମିଳିତ ଦଳ ଆତଙ୍କବାଦୀର ପିଛା କରିବା ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ଜଣେ ପୁଲିସ କର୍ମଚାରୀ ସହିଦ ହେବା ସହିତ ପାକିସ୍ତାନି ଆତଙ୍କବାଦୀର ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *