ପଞ୍ଚମ ବିବାହରୁ ଛାଡପତ୍ର ନେବେ ହଲିଉଡ ଅଭିନେତ୍ରୀ ପାମେଲା ଆଣ୍ଡରସନ

ନ୍ୟୁୟର୍କ: ପୁଣି ଥରେ ସିଙ୍ଗଲ୍‌ ହେବେ ହଲିଉଡର ଆଗ ଧାଡ଼ିର ଅଭିନେତ୍ରୀ ପାମେଲା ଆଣ୍ଡରସନ । ତିଷ୍ଠିଲାନି ୫ମ ବିବାହ। ୨୦୨୦ ମସିହା ପାମେଲା ନିଜ ବଡିଗାର୍ଡ ଡ୍ୟାନ ହେହର୍ଷ୍ଟଙ୍କୁ ବିବାହ କରିଥିଲେ। ଏହି ବିବାହ କିନ୍ତୁ ବେଶି ଦିନ ତିଷ୍ଠିଲା ନାହିଁ। ଏବେ ଏହା ଶେଷ ହେବାକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାଯାଇଛି।

ପାଲେମା ନିଜ ଦେଶ କାନାଡାରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ତେଣୁ ଏବେ ପୁଣି ଥରେ ସିଙ୍ଗଲ ହୋଇଯିବେ ପାମେଲା।

କରୋନା ଲକ୍‌ଡାଉନ୍‌ ସମୟରେ ପାମେଲା ନିଜ ବଡିଗାର୍ଡଙ୍କ ପ୍ରେମରେ ପଡ଼ିଥିଲେ। ଏହାପରେ ୨୦୨୦ ଖ୍ରୀଷ୍ଟମାସରେ ସେ ନିଜ ଜେଜବାପାଙ୍କ ଖାନଦାନୀ ମହଲରେ ହେହର୍ଷ୍ଟଙ୍କ ସହ ମିଙ୍ଗଲ ହୋଇଥିଲେ। ଉକ୍ତ ମହଲରେ ପାମେଲାଙ୍କ ପିତାମାତା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ନିଜ ବିବାହ ଓ ବିଚ୍ଛେଦକୁ ନେଇ ପାମେଲା ଖୁବ୍‌ ଚର୍ଚ୍ଚାରେ ରହି ଆସୁଛନ୍ତି। ପାମେଲା ୧୯୯୫ ମସିହାରେ ମ୍ୟୁଜିସିଆନ ଟମି ଲିଙ୍କୁ ବିବାହ କରିଥିଲେ। ମାତ୍ର ୪ ଦିନର ଜଣାଶୁଣା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଉଭୟଙ୍କର ୨ ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି। ୧୯୯୮ ମସିହାରେ ଉଭୟ ଅଲଗା ହୋଇଗଲେ। ଉକ୍ତ ବର୍ଷ ପାମେଲା ମରକ୍ୟୁସ୍‌ ସ୍କେନେବର୍ଗ ନାମକ ବ୍ୟକ୍ତିଙ୍କ ସହ ବିବାହ କଲେ। ୨୦୦୧ ମସିହାରେ ଉଭୟଙ୍କର ବ୍ରେକଅପ୍‌ ହୋଇଗଲା।

ଏହାପରେ ସେ ଆମେରିକାନ ସିଙ୍ଗର କିଡ ରକ୍‌ଙ୍କୁ ୨୦୦୬ ମସିହାରେ ବିବାହ କଲେ। ଏହା ମଧ୍ୟ ବେଶି ଦିନ ତିଷ୍ଠିଲା ନାହିଁ। ଏହାପରେ ୨୦୦୭ ମସିହାରେ ସେ ଫିଲ୍ମ ମେକର ରିକ୍‌ ସଲୋମନଙ୍କୁ ବିବାହ କରିଥିବା ବେଳେ ୨୦୦୮ ମସିହାରେ ଉଭୟ ପୃଥକ ହୋଇଗଲେ। ଏହାପରେ ଫ୍ରେଞ୍ଚ ଫୁଟବଲର ଆଡିଲ ରାମିଙ୍କ ସହ ୨ ବର୍ଷ ରିଲେସନ୍‌ରେ ରହିଲେ। ୨୦୧୯ରେ ଉଭୟ ନିଜ ରାସ୍ତା ଅଲଗା କରିନେଲେ। ଏହାପରେ ହଲିଉଡ ପ୍ରଡ୍ୟୁସର ଜନ୍‌ ପିଟର୍ସଙ୍କୁ ୨୦୨୦ରେ ବିବାହ କରିଥିବା ବେଳେ ଏହି ବିବାହ ମାତ୍ର ୧୨ ଦିନ ତିଷ୍ଠିଥିଲା। ଏହାପରେ ସେ ଡ୍ୟାନ ହେଟର୍ସଙ୍କ ହାତ ଧରିଥିଲେ ମଧ୍ୟ ଏହା ବେଶି ଦିନ ତିଷ୍ଠି ପାରିଲା ନାହିଁ।

Leave a Reply

Your email address will not be published. Required fields are marked *