୧୦୦ କୋଟିରୁ ଅଧିକ ଆୟ କଲାଣି ଦି କଶ୍ମୀର ଫାଇଲ୍ସ

ମୁମ୍ବାଇ: ସବୁ ରେକର୍ଡକୁ ଭାଙ୍ଗିବାରେ ଲାଗିଛି ବଲିଉଡ ଫିଲ୍ମ ଦି କଶ୍ମୀର ଫାଇଲ୍ସ। ରିଲିଜ୍‌ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ଫିଲ୍ମଟି ୧୦୦ କୋଟିରୁ ଅଧିକ ଆୟ କରିବାର ରେକର୍ଡ କରିଛି। ଏବେ ବି ଅନେକ ସିନେମା ହଲରେ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ଜମୁଛି। ତେଣୁ ପ୍ରଥମ ସପ୍ତାହ ଭଳି ଦ୍ୱିତୀୟ ସପ୍ତାହରେ ମଧ୍ୟ ଏହା ଭଲ ଆୟ କରିବ ବୋଲି ଆଶା କରାଯାଉଛି।

କଶ୍ମୀର ପଣ୍ଡିତଙ୍କ ପଳାୟନ ଘଟଣାକୁ ବେଶ ନାଟକୀୟ ଢଙ୍ଗରେ ଫିଲ୍ମରେ ଉପସ୍ଥାପନ କରିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ସିନେମାରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀ, ଦର୍ଶନ କୁମାର ପ୍ରମୁଖ ରହିଛନ୍ତି। ଗତ ଶୁକ୍ରବାର ଏହି ଫିଲ୍ମ ରିଲିଜ୍‌ ହେବା ପରେ ଏହାକୁ ନେଇ ରାଜନୀତିକ ବାକଯୁଦ୍ଧ ମଧ୍ୟ ଆରମ୍ଭ ହୋଇଥିଲା। ଏହାର ଫାଇଦା କିନ୍ତୁ ଫିଲ୍ମକୁ ମିଳିଛି। ରାଜନୀତିକ ଯୁଦ୍ଧ ଯୋଗୁ ଅଧିକରୁ ଅଧିକ ଲୋକ ଫିଲ୍ମ ଦେଖିବାକୁ ଆଗ୍ରହ ମଧ୍ୟ ଦେଖାଉଛନ୍ତି।

Leave a Reply

Your email address will not be published. Required fields are marked *