ଗ୍ରୀଷ୍ମ ପ୍ରବାହରେ ତୃଷାର୍ତ୍ତ ଲୋକଙ୍କୁ ସୁସ୍ୱାଦୁ ପଣା ବାଣ୍ଟିଲେ ସାମାଜିକ ଅନୁଷ୍ଠାନର କର୍ମକର୍ତା

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହରେ ସାଧାରଣ ଜନତା ଅସ୍ତବ୍ୟସ୍ତ | କାର୍ଯ୍ୟ ନିମନ୍ତେ ବାହାରକୁ ବାହାରୁଥିବା ଲୋକଙ୍କ ପାଣି ଟୋପାଏ ପାଇଁ ଯେଉଁ ଅବସ୍ଥା ତାହା କହିଲେ ନସରେ | ସେଥିପାଇଁ ରାଜଧାନୀରେ ବହୁ ସ୍ଥାନରେ ଖୋଲିଚି ଜଳଛତ୍ର | ବଣ୍ଟନ କରାଯାଉଛି ସୁସ୍ୱାଦୁ ପଣା ଇତ୍ୟାଦି ପାନୀୟ | ସେହି କ୍ରମରେ ଆଜି ରୋଟାରି କ୍ଲବ ଅଫ ଭୂବନେଶ୍ବର, ଏକାମ୍ର କ୍ଷେତ୍ର ଏବଂ ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ ଓ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଇନ୍ଦ୍ରଧନୁ ମାର୍କେଟରେ ଢଳଛତ୍ର ଓ ସୁସ୍ବାଦୁ ପଣା ବିତରଣ କରାଯାଇ ଥିଲା।
ଏହି କାର୍ଯ୍ୟକ୍ରମଟିକୁ ସମାଜସେବୀ, ଲେଖିକା ତଥା ବିଜେପି ମହିଳା ମୋର୍ଚା ଉପସଭାନେତ୍ରୀ ଶ୍ରୀମତୀ କାନନବାଳା ପଟ୍ଟନାୟକ ଉଦଘାଟନ କରିଥିଲେ।
ପ୍ରାୟ ଚାରିଶହ ଲୋକଙ୍କୁ ଫଳମୂଳରେ ପ୍ରସ୍ତୁତ ସୁସ୍ୱାଦୁ ପଣା ବଣ୍ଟନ କରାଯାଇଥିଲା |


ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ଅଫ ଏକାମ୍ରକ୍ଷେତ୍ରର ସଦସ୍ୟ ଶ୍ରୀମତୀ ମଧୁଚନ୍ଦା ବଳ, ଶ୍ରୀମତୀ ରାଜଲଷ୍ମୀ ମହାପାତ୍ର, ଡ ରେଖା ଦାସ, ସଞ୍ଜୟ ଦାସ ଓ ନଳିନୀ ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ | ପ୍ରଚଣ୍ଡ ଖରାରେ ସାଧାରଣ ଲୋକଙ୍କୁ ଏଭଳି ପଣା ବଣ୍ଟନ ପରି ସେବା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ତଥା ବୁଦ୍ଧିଜୀବୀ ଭୁୟସୀ ପ୍ରଶଂସା କରିଛନ୍ତି |
କାର୍ଯ୍ୟକ୍ରମଟି ସମସ୍ତଙ୍କ ସହଯୋଗରେ ସଫଳ ହୋଇଥିବାରୁ ରୋଟାରୀ କ୍ଲବ ଅଫ ଏକାମ୍ର କ୍ଷେତ୍ରର ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ସାହୁ, ଅସ୍ତିତ୍ବର ସମ୍ପାଦିକା ଡ. ମମତା ଦାଶ ଓ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ତପସ୍ୱିନୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ |

Leave a Reply

Your email address will not be published. Required fields are marked *