ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଯଦି ଋଷ ମାରିଦିଏ ତେବେ ସରକାର ପାଇଁ ଯୋଜନା ପ୍ରସ୍ତୁତ ସରିଛି : ଆମେରିକା

ନୂଆଦିଲ୍ଲୀ: ୟୁକ୍ରେନ୍‌-ରୁଷ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବାର ନା ଧରୁନି। ଯଦି ଯୁଦ୍ଧରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ମୃତ୍ୟୁ ହୁଏ ତେବେ କଣ ହେବ ଏହି ଦେଶର ଭାଗ୍ୟ ? କାହା ହାତରେ ରହିବ ଶାସନ ଡୋରୀ ? କଣ ଆକ୍ରମଣକାରୀ ରୁଷ ୟୁକ୍ରେନ୍‌କୁ ପୂର୍ବ ଭଳି ନିଜ ଅକ୍ତିଆରକୁ ନେଇଯିବ ? ଯୁଦ୍ଧକୁ ନେଇ ଏମିତି ଅନେକ କିଛି ପ୍ରଶ୍ନ ବିଶ୍ୱ ମହଲରେ ଉଙ୍କି ମାରୁଥିବା ବେଳେ ଏହାର ଉତ୍ତର ଆମେରିକା ରଖିଛି। ଅମେରିକା କହିଛି ଯେ, ଯଦି ଜେଲେନସ୍କି ହତ୍ୟାର ଶିକାର ହୁଅନ୍ତି ତେବେ ଶାସନ ବ୍ୟବସ୍ଥା ୟୁକ୍ରେନ୍‌ ହାତରେ ହିଁ ରହିବ। ଏଥିପାଇଁ ଯୋଜନା ପ୍ରସ୍ତୁତ ସରିଛି। ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଆମେରିକା ବୈଦେଶିକ ସଚିବ ଅଣ୍ଟୋନି ବ୍ଲିଙ୍କେନ ଏହା କହିଛନ୍ତି।

ସେ କହିଛନ୍ତି ଯେ, ରୁଷ ଆକ୍ରମଣରେ ଯଦି ଜେଲେନସ୍କିଙ୍କ ହତ୍ୟା ହୁଏ ସେଥିପାଇଁ ୟୁକ୍ରେନ୍ ପ୍ରସ୍ତୁତ ଅଛି। ୟୁକ୍ରେନ ସରକାର ଜାରି ରହିବା ନେଇ ଯୋଜନା ମଧ୍ୟ ପ୍ରସ୍ତୁତ ସରିଛି। ଜେଲେନସ୍କିଙ୍କୁ ହତ୍ୟା ପାଇଁ ରୁଷ ଉଦ୍ୟମ କରିଆସୁଥିବା ଜେଲେନସ୍କି ବାରମ୍ବାର କହି ଆସୁଛନ୍ତି। ଏମିତିକି ପୂର୍ବରୁ ତାଙ୍କୁ ହତ୍ୟା ପାଇଁ ରୁଷ ଯୋଜନା କରିଥିବା ଜେଲେନସ୍କି ଅଭିଯୋଗ ଆଣିଥିଲେ।

ୟୁକ୍ରେନ୍‌ର କହିବା ଅନୁଯାୟୀ କିଭ୍‌ରେ ଏବେ ଶହେରୁ ଅଧିକ ଭଡ଼ାଟିଆ ସୈନ୍ୟ ବୁଲୁଛନ୍ତି। ଜେଲେନସ୍କିଙ୍କୁ ହତ୍ୟା ପାଇଁ ରୁଷ ସେମାନଙ୍କୁ ଆମଦାନୀ କରିଛି। ଏହି ଭଡ଼ାଟିଆ ସୈନ୍ୟଙ୍କୁ ୟୁକ୍ରେନ ଆତଙ୍କବାଦୀ ବୋଲି କହିଛି। ଜେଲେନସ୍କିଙ୍କ ଅଭିଯୋଗର ସତ୍ୟତାଥିବା ଥିବା ପଶ୍ଚିମ ସୁରକ୍ଷା ସୂତ୍ରରୁ ସ୍ପଷ୍ଟ କରାଯାଇଛି । ରୁଷର ଏହି ଭଡ଼ାଟିଆ ଆତଙ୍କବାଦୀମାନେ ମସ୍କୋର ଗୁପ୍ତଚର ସହ ଯୋଗାଯୋଗରେ ଅଛନ୍ତି। ଏହି ଗୁପ୍ତଚର ଏବଂ ଆତଙ୍କବାଦୀମାନେ ୟୁକ୍ରେନରେ ନିୟୋଜିତ ଅଛନ୍ତି। ତେବେ ବ୍ଲିଙ୍କେନ କହିଛନ୍ତି ଯେ, ୟୁକ୍ରେନର ନେତୃତ୍ୱ ବେଶ ଉତ୍କୃଷ୍ଟ ଓ ଯୋଜନା ବଦ୍ଧ। ମୁଁ ମଧ୍ୟ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନାନା କାଛି। ସେ କହିଛନ୍ତି ଯେ, ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ଜାରି ରଖିବା ପାଇଁ ୟୁକ୍ରେନ୍ ଯୋଜନା କରି ସାରିଛି।ଗତ ସପ୍ତାହରେ ଏକ ହତ୍ୟା ଉଦ୍ୟମରୁ ଅଳ୍ପକେ ରକ୍ଷା ପାଇ ଥିଲେ ଜେଲେନସ୍କି। ତାଙ୍କୁ ଜୀବନରୁ ମାରିଦେବା ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ର ଫସର ଫାଟି ଥିଲା।

Leave a Reply

Your email address will not be published. Required fields are marked *