ରୁଷ ସେନାର ଆଖିବୁଜା ଗୁଳିମାଡ଼ ; ୧୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ

କିଭ୍‌ : ଯୁଦ୍ଧତ୍ରସ୍ତ ୟୁକ୍ରେନର ସେଭାରୋଡୋନେସ୍କିରେ ରୁଷ ସେନାର ବର୍ବରତା ଦେଖିବାକୁ ମିଳିଛି। ଏଠାରେ ରୁଷ ସେନା ଆଖିବୁଜା ଗୁଳିମାଡ଼ କରିବାରୁ ୧୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୨ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ଲୋକଙ୍କ ଉପରକୁ କାହିଁକି ରୁଷ ସେନା ଗୁଳି ଚଳାଇଲା, ସେକଥା ଜଣାପଡ଼ିନି। ଏହାକୁ ନେଇ ପୂରା ସେଭାରୋଡୋନେସ୍କିରେ ଭୟବର ବାତାବରଣ ଦେଖିବାକୁ ମିଳିଛି।

ଏହାପୂର୍ବରୁ ସୁମୀରେ ମଧ୍ୟ ରୁଷ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ୟୁକ୍ରେନର ୧୬ ବର୍ଷୀୟ ମାର୍ଶଲ ଆର୍ଟ ଚାମ୍ପିୟନ ଆର୍ଟୟୋମ ପ୍ରୟିମେଙ୍କୋ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଆର୍ଟୟୋମଙ୍କ ଦୁଇ ଜଣ ସାନ ଭାଇ, ବାପା ଓ ମା’ ରହିଛନ୍ତି।

ସେହିପରି ୨ ଜଣ ଶିଶୁଙ୍କୁ ମିଶାଇ ୫ ଜଣ ପ୍ରାଣ ହରାଇଛନ୍ତି। କିଭ୍‌ରେ ମଙ୍ଗଳବାର ସନ୍ଧ୍ୟାରେ ରୁଷ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ଜଣେ ୭ ବର୍ଷୀୟ ପିଲାଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ରାତିରୁ ରୁଷ କରୁଥିବା ଏୟାର ଷ୍ଟ୍ରାଇକରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ୟୁକ୍ରେନ ଦାବି କରିଛି।

Leave a Reply

Your email address will not be published. Required fields are marked *