କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା; ୨ ଭାରତୀୟ ଟ୍ରେନି ପାଇଲଟଙ୍କ ମୃତ୍ୟୁ

କାନାଡାର ବ୍ରିଟିଶ କଲମ୍ବିଆରେ ଆଜି ଏକ ବିମାନ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ୩ ଜଣଙ୍କ ମଧ୍ୟରେ ୨ ଭାରତୀୟ ଟ୍ରେନି ପାଇଲଟ ଥିବା ଜଣାଯାଇଛି |

ଏହି ଦୁଇ ଟ୍ରେନି ପାଇଲଟ ମୁମ୍ବାଇର ହୋଇଥିବା ସୂଚନା ମିଳିଛି। ସେମାନେ ହେଲେ ଅଭୟ ଗାଡ୍ରୋ ଓ ୟଶ ବିଜୟ ରାମୁଗଡେ।

ଡବଲ ଇଞ୍ଜିନ ବିଶିଷ୍ଟ ବିମାନଟି ଚିଲିୱାକ ସହରରେ ଉଡ଼ୁଥିବା ବେଳେ କିଛି ଗଛ ସହ ଧକ୍କା ହୋଇ ତଳେ ଜନବସତି ଅଞ୍ଚଳରେ ପଡ଼ିଥିବା କାନାଡା ପୁଲିସ୍‌ ପକ୍ଷରୁ କୁହାଯାଇଛି। ତେବେ ଦୁର୍ଘଟଣା ପଛର ପ୍ରକୃତ କାରଣ ଜଣାପଡ଼ିନି। କାନାଡା ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ଦୁର୍ଘଟଣା ପରେ ବିମାନଟି ଜନବସତି ଅଞ୍ଚଳରେ ପଡ଼ିଥିଲେ ବି ଏଥିରେ ବିମାନର ୩ ଜଣଙ୍କ ବ୍ୟତୀତ ସ୍ଥାନୀୟ ଅଞ୍ଚଳର କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *