ରାଜଧାନୀର ପ୍ରେସ୍‌ ଛକ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖିଛି

ଭୁବନେଶ୍ୱର : ଶନିବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ପ୍ରେସ ଛକ ନିକଟରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖିଛି। ସେମାନେ ନୟାପଲ୍ଲୀ ଅଞ୍ଚଳର ମିଲୁ, ସତ୍ୟ ଓ ଜିତେନ୍ଦ୍ର ବୋଲି ଜଣାପଡ଼ିଛି। ସେମାନଙ୍କୁ ସହିଦ ନଗର ପୁଲିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଏହି ହତ୍ୟାକାଣ୍ଡରେ ମୋଟ ୬ ଜଣ ସାମିଲ ଥିବା ବେଳେ ପୁଲିସ୍ ଏହି ତିନି ଜଣଙ୍କୁ ଧରିବାରେ ସଫଳ ହୋଇଛି। ଘଟଣାସ୍ଥଳ ନିକଟରେ ଲାଗିଥିବା ସିସିଟିଭି ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ପୁଲିସ୍ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଧରିଛି। ଅନ୍ୟ ୩ ଜଣ ଫେରାର ଥିବା ବେଳେ ପୁଲିସ୍ ସେମାନଙ୍କୁ ଖୋଜୁଛି। ଅଟକ ୩ ଯୁବକଙ୍କ ନିକଟରୁ ଏକ ଛୁରୀ, ଗୋଟିଏ ସ୍କୁଟି ଓ ଗୋଟିଏ କାର ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *