ପ୍ରାଚୀ ନଦୀ କୁଳ ଦେଉଳି ମଠରୁ ଶ୍ରୀକ୍ଷେତ୍ର ଗଲା ଫଳ ଭାର

କୋଣାର୍କ : ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି। ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେଉଛି। ସେପଟେ ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ପୁରୀ ଜିଲ୍ଲା ପ୍ରାଚୀ ନଦୀ ତଟ କାକଟପୁର ଅଞ୍ଚଳର ବିଭିନ୍ନ ମଠ ଓ ଭକ୍ତମାନଙ୍କ ପକ୍ଷରୁ ଶ୍ରୀକ୍ଷେତ୍ରକୁ ଫଳଭାର ପଠାଯାଇଛି।

ଦେଉଳି ମଠ ଓ ବିଶ୍ଵାମିତ୍ର ଆଶ୍ରମକୁ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ନିଜ ନିଜ ବାଡି ବଗିଚାରେ ଫଳିଥିବା ସଜନା ଛୁଇଁଠାରୁ ଆରମ୍ଭ ଖଜୁରି, ପଇଡ଼, ଡାଳିମ୍ବ, ଆମ୍ବ, ପଣସ, କଦଳୀ, ସପୁରି, ନଡିଆ, ପିଜୁଳି ଆଦି ଭିନ୍ନ ଭିନ୍ନ ଫଳ ପ୍ରଦାନ କରିଥାଆନ୍ତି। ସେହି ଫଳକୁ ନାମସଂକୀର୍ତ୍ତନ ଭିତରେ ସ୍ୱତନ୍ତ୍ର ଗାଡ଼ିରେ ଶ୍ରୀକ୍ଷେତ୍ର ପଠାଯାଉଛି।

କାହିଁ କେତେକାଳରୁ ଚାଲି ଆସିଥିଲା ଏହି ପରମ୍ପରା। ମାତ୍ର କିଛି ବର୍ଷ ବନ୍ଦ ରହିବା ପରେ ୨୦୦୦ ମସିହାରୁ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ପୁନଃ ଏହି ପରମ୍ପରା ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *