ଆଜି ବିଜେଡିରେ ଯୋଗଦେବେ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ । ଏଥିପାଇଁ ନବରଙ୍ଗପୁରରେ ଆୟୋଜିତ ହେଉଛି ଏକ ସ୍ବତନ୍ତ୍ର ଉତ୍ସବ

ଆଜି ବିଜେଡିରେ ଯୋଗଦେବେ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ । ଏଥିପାଇଁ ନବରଙ୍ଗପୁରରେ ଆୟୋଜିତ ହେଉଛି ଏକ ସ୍ବତନ୍ତ୍ର ଉତ୍ସବ । ଭର୍ଚୁଆଲ ଯୋଗେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଶ୍ରଣ ପର୍ବ ପୂର୍ବରୁ ବିରାଟ ବାଇକ୍ ରାଲି କରି ସହର ପରିକ୍ରମା କରାଯିବ ।

ବାଇକ ରାଲିରେ ନବରଙ୍ଗପୁର ଲୋକସଭା କ୍ଷେତ୍ରର ସମସ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସମେତ 10 ହଜାର ଲୋକ ସାମିଲ ହେବେ । ବ୍ଲକ ସଭାପତି, ବ୍ଲକ ଅଧ୍ୟକ୍ଷ, ନେତା କର୍ମୀ ରାଲିରେ ସାମିଲ ହେବେ । ସମସ୍ତଙ୍କୁ ବିଜେଡିରେ ସ୍ବାଗତ କରିବେ BJD ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

Leave a Reply

Your email address will not be published. Required fields are marked *